ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ…

add-all

ଛତ୍ରପୁର : ଓଡିଶା ରାଜ୍ୟ ଅଧ୍ୟାପକ ବେସରକାରୀ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲିନା କୁମାରୀ ଖେସ ଙ୍କୁ ଭେଟି ପ୍ରଦାନ କରାଯାଇଛି l 2008 ରୁ 2018 ମସିହା ପର୍ଯ୍ୟନ୍ତ ଅଧ୍ୟାପକ, କର୍ମଚାରୀ ମାନଙ୍କୁ ଅନୁଦାନ ପ୍ରଦାନ କରିବା ସମେତ ବିଭିନ୍ନ ଦାବି ନେଇ ସେମାନେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି l ଏନେଇ ସେମାନେ ଆଜକୁ 400 ଦିନ ହେଲା ଭୁବନେଶ୍ୱର ର ଲୋୟାର ପିଏମଜି ଠାରେ ଆହୋରାତ୍ର ଧାରଣା କୁ ଓହ୍ଲାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନଥିବାରୁ ସେମାନେ ବାଧ୍ୟ ହୋଇ ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଦାବିପତ୍ର ପ୍ରଦାନ ବେଳେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖାର ଜିଲ୍ଲା ସଂଯୋଜକ ପ୍ରକାଶ ଚନ୍ଦ୍ର ଶତପଥି, ବାଲାଜୀ ଶଙ୍କର ପଣ୍ଡା, ଅଜିତ କୁମାର ପଟ୍ଟନାୟକ, ବିବେକାନନ୍ଦ ନାୟକ, ରଶ୍ମିତା ମିଶ୍ର, ରାଧାକାନ୍ତ ପାଢ଼ୀ, ସତ୍ୟ ନାରାୟଣ ଚୌଧୁରୀ, ବିବେକାନନ୍ଦ ନାୟକ, ମଧୁସୂଦନ ମହାପାତ୍ର ଙ୍କ ସମେତ ବହୁ ସଦସ୍ୟ, ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.