ନିଃସର୍ତ୍ତ କଥା ସତ ହେଲା : ନଳବଣ୍ଟା ରେ ବାଣ ପ୍ରସ୍ତୁତି ଆଡ୍ଡା ରୁ ବାଣ ଜବତ…

ଧର୍ମ କୁ ଆଖିଠାର..! ପୂର୍ବ ସୂଚନା ପରେ ପ୍ରଶାସନ ପକ୍ଷରୁ ଚଢ଼ାଉ !

add-all



ବ୍ରହ୍ମପୁର : ୯-୧୧ ଗଞ୍ଜାମ ଜିଲ୍ଲା ର ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମ ବାଣ ପ୍ରସ୍ତୁତି ର କୁଟୀର ଶିଳ୍ପ ରୂପେ ଚର୍ଚ୍ଚିତ ରହିଛି। ଏଠାକାର ବାଣ ର ଚାହିଦା ଜିଲ୍ଲା ତଥା ଜିଲ୍ଲା ବାହାରେ ରହିଛି। ନଳବଣ୍ଟା ରେ ଦଶହରା ପୂର୍ବରୁ ଅଧିକାଂଶ ପରିବାର ବାଣ ପ୍ରସ୍ତୁତି ରେ ଛୋଟ ରୁ ବଡ଼ ସମସ୍ତେ ଲାଗିପଡ଼ନ୍ତି। ବାଣ ରେ ଅଧିକ ଲାଭ ଆଶା ରେ ଜୀବନକୁ ବାଜି ଲଗାଇ ବିଭିନ୍ନ ପ୍ରକାର ବାଣ ପ୍ରସ୍ତୁତ କରାଯାଏ। ବାଣ ପାଇଁ ଗ୍ରାମରେ ଧନଜୀବନ ନଷ୍ଟ ହେବାର ପୂର୍ବରୁ ନଜିର ରହିଛି। ନିସର୍ତ୍ତ ରେ ଗତ ନଭେମ୍ବର ଏକ ତାରିଖ ରେ ନଳବଣ୍ଟା ଗ୍ରାମ ବାରୁଦ ଗଦା ରେ ବୋଲି ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ଡେରିରେ ହେଲେ ମଧ୍ୟ ଆଜି ପ୍ରଶାସନ ପକ୍ଷରୁ ବିଭିନ୍ନ ବାଣ ପ୍ରସ୍ତୁତ ଆଡ୍ଡା ଉପରେ ଚଢ଼ାଉ ହେଇଛି। ଆଜିର ଚଢ଼ାଉ ପୂର୍ବରୁ କୁଆଡ଼େ ନଳବଣ୍ଟା ଗ୍ରାମରେ ଖବର ପହଞ୍ଚିଥିବା ନେଇ ଚର୍ଚ୍ଚା ହେଉଛି। ପୂର୍ବ ସୂଚନା ଯୋଗୁଁ ଚୋରା ରେ ପ୍ରସ୍ତୁତ ହେଉଥିବା ବାଣ ରାତା ରାତି ଅନ୍ୟତ୍ର ଚାଲାଣ କରାଯାଇଛି, ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଉଚ୍ଚତମ ନ୍ୟାୟାଳୟ ର ତାଗିତ ସତ୍ତ୍ୱେ ଚଢ଼ାଉ କରିବାରେ ବିଳମ୍ବ ଘଟିଥିବା ଯୋଗୁଁ ଜବତ ର ପରିମାଣ ସ୍ୱଳ୍ପ ରେ ସୀମିତ ରହିଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.