ପ୍ରଶାସନ ଦେଇଛି କାନରେ ତୁଳା କୋଟି କୋଟି ଟଙ୍କା ର ଚାଲିଛି ବାଣ ବିକ୍ରି… !

ଉଚ୍ଚତମ ନ୍ୟାୟଳୟ ର ଆଦେଶ କୁ ଫୁ …….?

add-all


ବ୍ରହ୍ମପୁର : ୧୦-୧୧ ଆଲୋକ ର ପର୍ବ ଦୀପାବଳି ରେ ବାଣ ଫୁଟାଇବା ଓ ବିକ୍ରି ଉପରେ ମାନ୍ୟବର ସୁପ୍ରିମ କୋର୍ଟ କଟକଣା କରିଛନ୍ତି। ଦେଶରେ ଦିନକୁ ଦିନ ପ୍ରଦୂଷଣ ହୋଇ ତାପ ମାତ୍ରା ବୃଦ୍ଧି ଜଳବାୟୁ ପରିବର୍ତ୍ତନ ସୁରକ୍ଷା ପାଇଁ ଏହି ଭଳି ପଦକ୍ଷେପ ନିଆଯାଇଛି। ନଳବଣ୍ଟା ଗ୍ରାମର ବାଣର ଚାହିଦା ଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚକୁ ପୂର୍ବରୁ ବାଣ ବିକ୍ରି ପାଇଁ ବ୍ୟବସାୟୀ ମାନେ ଗଛିତ କରି ରଖିଛନ୍ତି। ବାଣ ବିକ୍ରି ପାଇଁ କେତେକ ବ୍ୟବସୟୀ ମାନେ ତହସିଲ, ଥାନା ଓ ଅଗ୍ନିଶମ ବିଭାଗ କୁ ଖୁସି କରି ବାଣ ବିକ୍ରି ପାଇଁ, ଲାଇସେନ୍ସ ଆଣିବାକୁ ଦଲାଲ ମାନଙ୍କ ସାହାଯ୍ୟ ନେଇ ଥିବା ଚର୍ଚ୍ଚା ହେଉଛି। ଦୀପାବଳୀ ଅମାବାସ୍ୟା କୁ ଦୁଇ ଦିନ ଥିବା ବେଳେ ଗ୍ରମାଞ୍ଚଳ ଠାରୁ ଆରମ୍ଭ କରି ସହରଞ୍ଚଳ ରେ ମାଳ ମାଳ ବାଣ ଦୋକାନ ଖୋଲାଯାଥିବା ଦେଖିବାକୁ ମିଳିଛି।ଉଚ୍ଚତମ ନ୍ୟାୟଳୟ ର ତାଗିତ କୁ ଫୁ କରି ଖୁଲାମ ଖୁଲା ଅବାଧରେ ଗ୍ରୀନ ବାଣ ଆଳରେ ବିଭିନ୍ନ ପ୍ରକାର ବାଣ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଦାୟିତ୍ୱ ରେ ଅଧିକାରୀ ଙ୍କୁ ସାଇଲେନ୍ସ ପ୍ଳିଜ କରିଥିବା ଯୋଗୁଁ ବାଣ ଫୁଟାରୁ ପ୍ରଦୂଷଣ ହେଉଥିବା ବାଣ ମଧ୍ୟ ଗ୍ରୀନ ବାଣ ବୋଲି ବାବୁ ମାନେ ସଫେଇ ଦେଉଥିବା ଚର୍ଚ୍ଚା ହେଉଛି। ଗ୍ରୀନ ବାଣ ବା ସବୁଜ ବାଣ ଆଳ ରେ ଭୟବହ ପ୍ରଦୂଷଣ ଓ ରାସାୟନିକ ବାଣ ଖୁଲାମ ଖୁଲା ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ବ୍ରହ୍ମପୁର,ଶେରଗଡ଼, ଆସିକା ଓ ନଳବଣ୍ଟା ଅଞ୍ଚଳ ରେ କିପରି ରାସାୟନିକ ବାଣ ବିକ୍ରି ହେଉଛି, ଚଢ଼ାଉ କରିଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.