ପୋଖରୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ…

add-all

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନରେ ଥିବା ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ଲାଞ୍ଜିବେର୍ଣା ଗ୍ରାମ କୁଜୁର ବସ୍ତି ଅଞ୍ଚଳର ଜ୍ୟେନେକ ବ୍ୟକ୍ତି ସ୍ୱର୍ଗୀୟ କାଲା ଓରାମଙ୍କ ପୁଅ ବିଶ୍ଵନାଥ ଓରାମ ୪୫ ବର୍ଷ ନିଜ ବାରିପଟ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି ! ସୂଚନା ଅନୁଯାୟୀ କୌଣସି ସୁତ୍ରରୁ ପ୍ରକାଶ ଯେ ମଙ୍ଗଳବାର ସକାଳ ପ୍ରାୟ ୧୧ଟା ସମୟରେ ସ୍ୱର୍ଗୀୟ କାଲା ଓରାମଙ୍କ ପୁଅ ବିଶ୍ଵନାଥ ଓରାମ ନିଜ ବାରିପଟ ପୋଖରୀରେ ସ୍ତ୍ରୀ ଓ ବଡ଼ ଝିଅ ମାନଙ୍କ ସହ ଗାଧୋଇବା ବେଳେ ପୋଖରୀରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଜଣାପଡିଛି ! ବିଶ୍ଵନାଥର ମୃତଦେହ ପାଣିରୁ ତାଙ୍କ ସ୍ତ୍ରୀ ଉଦ୍ଧାର କରି କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ !ସେଠାରେ ଡାକ୍ତର ପରୀକ୍ଷା କରି ମୃତ୍ୟୁ ଘୋଷଣା କରିଥିଲେ !ବିଶ୍ଵନାଥଙ୍କ ସ୍ତ୍ରୀ କୁଆଁରମୁଣ୍ଡା ପୋଲିସ କୁ ସୂଚନା ଦେଇଥିଲେ ପୋଲିସ ଏ ଏସ ଆଇ ଶ୍ରନିବାସ ଦାସ ଘଟଣାସ୍ଥଳରେ ପହଞ୍ଚି ସବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ପ୍ରକାଶ !

ad-week
Leave A Reply

Your email address will not be published.