ଜାତୀୟ ସ୍ତରକୁ କରାଟେ ପ୍ରତିଯୋଗିତାରେ ମନୋନୀତ ହେଲେ ସାନଭି…

add-all


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଗ୍ରାମର ଆଶିଷ କୁମାର ପ୍ରଧାନ ଓ
ସୁପ୍ରଭା ସାହୁଙ୍କ କନ୍ୟା ସାନଭି ସାଧନା ପ୍ରଧାନ ଦିଲ୍ଲୀ ଠାରେ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ସ୍ତରୀୟ ଉପକନିଷ୍ଠ କରାଟେ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏହାପୂର୍ବରୁ ଭୁବନେଶ୍ଵର ଠାରେ ଓଡ଼ିଶା କରାଟେ ସଂଘ ଆନୁକୂଲ୍ୟ ରେ ଅନୁଷ୍ଠିତ ୩୫ତମ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ଫାଇଟ୍‌ରେ ସ୍ବର୍ଣ୍ଣପଦକ ରୌପ୍ୟପଦକ ହାସଲ କରିଥିଲେ। ସାନଭି ଟିକାବାଲି ଉତ୍କଳ କରାଟେ ସ୍କୁଲରେ ତାଲିମ ନେଉଥିବା ବେଳେ ପ୍ରଶିକ୍ଷକ ଭାବେ ବ୍ଲାକବେଲଟ୍‌ ଜୁନେଶ ଦିଗାଲ ଓ ଗୋପାଳ ଚନ୍ଦ୍ର କହଁର ପ୍ରଶିକ୍ଷଣ ଦେଉଛନ୍ତି । ଚକାପାଦ ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଦ୍ଵିତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ସାନଭି ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବା ସହ କନ୍ଧମାଳ ଜିଲ୍ଲାକୁ ଗୌରବ ଆଣିବା ପାଇଁ ସମଗ୍ର ଅଂଚଳବାସୀଙ୍କ ସମେତ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.