ଋଷିମାଳ ଡିଗ୍ରୀ କଲେଜରେ କ୍ରୀଡା, ସାଂସ୍କୃତିକ ତଥା ସମାଜ ସେବା ପ୍ରତିଯୋଗିତାର ଶୁଭ ଉଦ୍ଘାଟନ

add-all

ଦାରିଙ୍ଗବାଡ଼ି, ୧୬/୧୧: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଡିଗ୍ରୀ କଲେଜରେ ଗତକାଲି ବୁଧବାର ଦିନ ଓଡିଶା ସରକାରଙ୍କ ସମନ୍ୱିତ ଯୁବ ବିକାଶ ଆନୁକୂଲ୍ୟରେ କ୍ରୀଡା, ସାଂସ୍କୃତିକ ତଥା ସମାଜ ସେବା ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରାଯାଇଛି। ଏହି କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାସ୍କର ଚରଣ ନାୟକ ସଭାପତିତ୍ୱ କରିଥିବା ବେଳେ, ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବରିଷ୍ଟ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ ରଣସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମାନିତ ଅତିଥି ଭାବେ ପରିଚାଳନା କମିଟିର ସଦସ୍ୟ ପୂର୍ବତନ ସରପଞ୍ଚ ସୁନାରସିଂ ମାଝୀ, ଧୀରେନ କୁମାର ପରିଛା, ନମିତା ବସ୍ତରାୟ, ଜୁରିୟା ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ୧୫ ତାରିଖ ଠାରୁ ଆସନ୍ତା ୨୮ ରିଖ ଯାଏ ଚାଲୁ ରହିବାର ସୂଚନା ରହିଛି। ଉଦ୍ଘାଟନୀ ଉତ୍ସବରେ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ଭାବେ ଅଂଶ ଗ୍ରହଣ କରି ସମସ୍ତ ପ୍ରତି ଯୋଗୀତାରେ ଭାଗ ନେବାକୁ ଶପଥ ପାଠ କରିଥିଲେ। ଏହା ପରେ ଛାତ୍ର ଛାତ୍ରୀଙ୍କ ଦ୍ୱାରାସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇ ଥିଲା। କାର୍ଯ୍ୟ କ୍ରମର ସଂଯୋଜନା ଇତିହାସ ଅଧ୍ୟାପକ ଅକ୍ଷୟ ବେହେରଦଳେଇ କରିଥିଲା ବେଳେ ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତା ଦାୟିତ୍ୱରେ ଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.