ସର୍ବନିମ୍ନ ପେନସନ ଦାବିରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

add-all

ମାଲକାନଗିରି (୧୬/୧୧) : ଆଜି ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଲ୍ ଓଡିଶା ଇ.ପି.ଏଫ୍. ପେନ୍ସନର୍ସ ଆସୋସିଏସନ୍ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଥିବା ଏହି ଦାବିପତ୍ରରେ ମୋଟ ୪ଦଫା ସମ୍ବଳିତ ରହିଛି । ତେବେ ସର୍ବନିମ୍ନ ମାସିକ ପେନ୍‌ସନ୍‌ ୯୦୦୦ ଟଙ୍କା ସହ ମହଙ୍ଗା ଭତ୍ତା, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନ୍‌ସନ୍ ଲାଗୁ, ସମସ୍ତ ଇ.ପି.ଏଫ୍. ପେନ୍‌ସନ୍ ଭୋଗୀ ମାନଙ୍କୁ ଚିକିତ୍ସା ଭତ୍ତା କିମ୍ବା ‘ଆୟୁଷ୍ମାନ ଭାରତ’ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା ସମେତ ସମସ୍ତ ଇପିଏଫ୍ ପେନ୍‌ସନ୍ ଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଭଳି ୪ମୁଖ୍ୟ ଦାବୀ ରହିଥିଲା । ଦାବୀ ପତ୍ର ପ୍ରଦାନ ସମୟରେ ସଂଘ ତରଫରୁ ଧିର ସାହୁ, ଗୋପାଳ ସେଠୀ, ସୁନାଧର ତୁରୁକୁ, ଗୋପାଳ ସାହୁ, ରବୀନ୍ଦ୍ର ସାହୁ ଏବଂ ବୃନ୍ଦାବନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.