ଭୋଟ ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକ…

add-all

ଛତ୍ରପୁର : ଅକ୍ଟୋବର ୨୭ ତାରିଖ ଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଆରମ୍ଭ ହୋଇଥିବା ବେଳେ ଏହା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟ ଚାଲିବ । ଏହି ସମୟ ମଧ୍ଯରେ ନାଗରିକଗଣ ଭୋଟର ତାଲିକାରେ ନିର୍ଦ୍ଧାରୀତ ଫର୍ମ ପୂରଣ କରି ନାମ ପଞ୍ଜିକରଣ, ସବିଶେଷ ସଂଶୋଧନ, ନାମ ଅପସାରଣ, ଆଧାରକାର୍ଡ ସହିତ ଭୋଟର ପରିଚୟ ପତ୍ର ସଂଯୋଗୀ କରଣ କରାଇ ନେବେ । ଭୋଟର ତାଲିକାଟି କିଭଳି ନିର୍ଭୁଲ ତଥ୍ଯ ସହିତ ପ୍ରକାଶନ ହେବ ସେଥି ନିମନ୍ତେ ସମସ୍ତ ନାଗରିକ ସହଯୋଗ କରିବା ଆବଶ୍ୟକ । ତେବେଯାଇ ସମସ୍ତେ ନିଜନିଜ ମତ ସାବ୍ୟସ୍ତ କରିବାରେ ଅସୁବିଧା ହେବ ନାହିଁ ବୋଲି ଆଜି ସ୍ଥାନୀୟ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ବୈଠକ ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କହିଛନ୍ତି ।
ଭୋଟର ତାଲିକାରେ ଅଧିକ ସଂଖ୍ଯକ ମହିଳା ଯେପରି ଅନ୍ତର୍ଭୁକ୍ତ ହେବେ, ଯୁବ ଭୋଟର ସଂଖ୍ଯା ବୃଦ୍ଧିହେବ, ବିଶେଷ ଭାବେ ଆଦିବାସୀ ଗୋଷ୍ଠୀଙ୍କୁ ଗୁରୁତ୍ବ ପ୍ରଦାନ,ଭିନ୍ନକ୍ଷମ ବ୍ୟକ୍ତି ବିଶେଷ,ବରିଷ୍ଠ ନାଗରିକ ଏବଂ ତୃତୀୟ ଲିଙ୍ଗ ବ୍ୟକ୍ତି ମାନେ ଯେପରି ଏହି ତାଲିକାରୁ ବଞ୍ଚିତ ହେବେ ନାହିଁ ସେଥିନିମନ୍ତେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ମଧ୍ୟ ସେ କହିଥିଲେ । ନଭେମ୍ବର ୫ ଓ ୧୧ ତାରିଖ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସ ମାଧ୍ୟମରେ ବୁଥ ସ୍ତରୀୟ ଅଧିକାରୀ ମାନେ ନିକଟସ୍ଥ ମତଦାନ କେନ୍ଦ୍ର ରେ ରହି ଫର୍ମ ଗୁଡିକ ଗ୍ରହଣ କରିଥିବା ବେଳେ ନଭେମ୍ବର ୧୯ ଓ ୨୫ ଦୁଇ ଦିନ ଧରି ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସ ରହିଛି , ୨୦୨୪ ଜାନୁଆରୀ ୫ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ l ଏହି ବୈଠକ ରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡେପୁଟି କଲେକ୍ଟର (ନିର୍ବାଚନ )ରାଜେଶ କୁମାର ଏକା, ଆସିଷ୍ଟାଣ୍ଡ କଲେକ୍ଟରଓମ ପ୍ରକାଶ ପରିଡା,ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଆସିଷ୍ଟାଣ୍ଡ କଲେକ୍ଟର ପୁଷ୍ପାଞ୍ଜଳି କୃଷିକା ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ର ପ୍ରତନିଧି ମାନେ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.