ନ୍ୟୁଜ୍‌ କ୍ଲିକ୍: ସିଙ୍ଘମ୍‌ଙ୍କୁ ସମନ ପଠାଇଲା ଇଡି…

add-all

IMAGE_1700120167

ନ୍ୟୁଜ୍‌କ୍ଲିକ୍ ଫଣ୍ଡିଂ ମାମଲାରେ ଫଶିଲେ ସିଙ୍ଘମ। ବିଦେଶ ମନ୍ତ୍ରାଳୟ ଜରିଆରେ ସମନ ପଠାଇଲା ଇଡି। ନ୍ୟୁଜ୍‌କ୍ଲିକ୍‌ ଫଣ୍ଡିଂର ମନି ଲଣ୍ଡରିଂ ମାମଲାରେ ଆମେରିକାର କୋଟିପତି ନେବିଲ ରୟ ସିଙ୍ଘମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ପଠାଇଛି। ନେବିଲ ରୟ ବର୍ତ୍ତମାନ ଚୀନ୍‌ରେ ଅଛନ୍ତି। ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ପ୍ରଥମେ ଇଡିକୁ ଲେଟର୍‌ ଅଫ୍‌ ରୋଗେଟରୀ (ଗୋଟିଏ କୋର୍ଟରୁ ବିଦେଶରେ ଥିବା କୋର୍ଟକୁ ପଠାଯାଇଥିବା ଅନୁରୋଧ ପତ୍ର) କରିଥିଲା। ତେବେ ଗତବର୍ଷ ଚୀନ୍‌ ଅଧିକାରୀମାନେ ସିଙ୍ଘମଙ୍କୁ ସମନ ଦେବାକୁ ମନା କରିଦେଇଥିଲେ।

ନ୍ୟୁଜିକ୍ଲିକ୍‌ ଫଣ୍ଡିଂ ମାମଲା ସହ ଜଡିତ ମନି ଲଣ୍ଡିରିଂ କେସ୍‌ରେ ନେବିଲ ରୟ ସିଙ୍ଘମଙ୍କୁ ଇଡି ଅଭିଯୁକ୍ତ ବୋଲି ଦର୍ଶାଇଛି। ଦୁଇ ମାସ ପୂର୍ବେ ନ୍ୟୁଜ୍‌କ୍ଲିକ୍ ବିରୋଧରେ ଏଫ୍‌ସିଆର୍‌ଏ ଉଲ୍ଲଙ୍ଘନ କରିଥିବା ନେଇ ମାମଲା ରୁଜୁ ହୋଇଥିଲା। ଆଉ ନେବିଲ ରୟ ସିଙ୍ଘମଙ୍କୁ ଏହି ମାମଲାରେ ଦୋଷୀ ବୋଲି କୁହାଯାଇଥିଲା। ଏବେ ଏହି ମାମଲାରେ ତାଙ୍କୁ ପୁଣିଥରେ ଇଡି ସମନ ଜାରି କରିଛି।

ସୂଚନା ମୁତାବକ, ଦ ନ୍ୟୁୟର୍କ ଟାଇମ୍ସର ରିପେର୍ଟରେ ପ୍ରଥମେ ନେବଲି ରୟ ସିଙ୍ଘମଙ୍କ ନାଁ ସାମ୍ନାକୁ ଆସିଥିଲା। ଆମେରିକାର କୋଟିପତି ସାରା ବିଶ୍ୱରେ ଚୀନ୍‌ର ପ୍ରସାର ପ୍ରଚାର କରିବାରେ ସାମିଲ ଥିବା ଏଥିରେ ଅଭିଯୋଗ କରାଯାଇଥିଲା। କିନ୍ତୁ ନେବିଲ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। କିନ୍ତୁ ଏବେ ତାଙ୍କ ନାଁ ପୁଣି ଥରେ ଏହି ମାମଲାରେ ଉଠିଛି। ତାଙ୍କୁ ସମନ ପଠାଇ ଭାରତକୁ ଡକାଯାଇଛି। ଅନ୍ୟପଟେ ଇଡି ଜେଲ୍‌ରେ ବନ୍ଦ ଥିବା ନ୍ୟୁଜ୍‌କ୍ଲିକ୍‌ର ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ବୋଲି ସୂଚନା ମିଳିଛି।

ଆତଙ୍କବାଦ ବିରେଧୀ ଆଇନ୍‌ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଗତ ମାସରେ ନ୍ୟୁଜ୍‌କ୍ଲିକ୍‌ର ସମ୍ପାଦକ ବୀର ପୁରକାୟସ୍ଥ ଓ ଏଚ୍‌ଆର୍‌ ହେଡ୍‌ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ସାମ୍ବାଦିକ ଓ କର୍ମଚାରୀଙ୍କ ସମେତ ପ୍ରାୟ ୧୦୦ ଲୋଙ୍କ ଉପରେ ୧୦୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହାପରେ ଏମାନଙ୍କୁ ପୁଲିସ ଗିରଫ କରିଥିଲା। ଏମାନେ ଚୀନ୍‌ ଠାରୁ ଟଙ୍କା ନେବା ଓ ଚୀନ୍‌ର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ରହିଛି।

ad-week
Leave A Reply

Your email address will not be published.