ସିରିଜ୍‌ ଦୁର୍ଘଟଣା ଘଟାଇଲା ଅବକାରୀ ବିଭାଗ ଗାଡ଼ି, ଡ୍ରାଇଭର ଅଟକ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ଗାଡ଼ି ଶୁକ୍ରବାର ସକାଳେ ସିରିଜ୍‌ ଦୁର୍ଘଟଣା ଘଟାଇଛି। ସୂଚନାରୁ ପ୍ରକାଶ ଯେ, ଓଡି ୦୭ ଏଏଚ ୯୨୫୬ ନଂ ଏକ ବୋଲେରୋ ଯେଉଁଥିରେ ଅବକାରୀ ବିଭାଗ ଲେଖା ହୋଇଛି। ଉକ୍ତ ଗାଡ଼ି ଧରି ହୁମର ଗାଁର ମଦ୍ୟପାନ କରିଥିବା ଡ୍ରାଇଭର ଆଜି ସକାଳେ ଅବକାରୀ କାର୍ଯ୍ୟାଳୟକୁ ବାହାରିଥିଲେ। ତେବେ ପ୍ରଚୁର ମଦ ପିଇଥିବା ହେତୁ ଡ୍ରାଇଭର ପ୍ରଥମେ ଛତ୍ରପୁର ରିକାପଲ୍ଲୀ, ପରେ ଜଗନ୍ନାଥ ମନ୍ଦିର ନିକଟରେ ଏବଂ ଶେଷରେ ଲୋଏର ବସଷ୍ଟାଣ୍ଡ ନିକଟରେ ଜଣେ ବାପା ତାଙ୍କ କୁନି ପିଲା କୁ ଧରି ଯାଉଥିବା ସମୟରେ ଦୁର୍ଘଟଣା ଘଟାଇଛନ୍ତି। ଖବର ପାଇ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳକୁ ଆସିଙ୍କୁ ଗାଡିର ଡ୍ରାଇଭର କୁ ଧରି ଥାନା ଆଣି ଅଟକ ରଖିବା ସହିତ ଏକ ମାମଲା ରୁଜୁ ଘଟଣା ର ତଦନ୍ତ ଚଳାଇଛି।ଅନ୍ୟପଟେ ଗାଡି କୁ ପୋଲିସ ଜବତ କରି ଥାନା ପରିସରରେ ରଖିଥିବା ସୂଚନା ମିଳିଛି

ad-week
Leave A Reply

Your email address will not be published.