‘ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ-୨୦୨୩’ର ସଫଳ ଆୟୋଜନ କରିଥିବାରୁ ଗଞ୍ଜାମ ଜିଲ୍ଲା ପୁରସ୍କୃତ…

add-all

ଛତ୍ରପୁର : ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ -2023ର ସଫଳ ଆୟୋଜନ ଏବଂ ଗଞ୍ଜାମ ଜିଲ୍ଲା ପକ୍ଷରୁ ସମଗ୍ର ରାଜ୍ୟ ରେ ସବୁଠୁ ଅଧିକା କାର୍ଯ୍ୟକ୍ରମ କରିଥିବା ହେତୁ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହୋଇଛି | ଏନେଇ ଶୁକ୍ରବାର ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି | ବିଭାଗ ର ସଚିବ ଶୋଭା ଶର୍ମା ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆବିଦା ପରଭିନ ଓ କାର୍ଯ୍ୟକ୍ରମ ର ଗଞ୍ଜାମ ଜିଲ୍ଲା ସଂଯୋଜକ ଅମିତ କୁମାର ତ୍ରିପାଠୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି,ଏହି ସଫଳତା ପାଇବାପରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ କୁ ଗଞ୍ଜାମ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଶୁଭେଛା ଜଣାଇଛନ୍ତି, ରାଜ୍ୟ ରୁ ପୁରସ୍କାର ପାଇବା ପରେ ଏହାର ଶ୍ରେୟ ଗଞ୍ଜାମ ଜିଲ୍ଲାର ସମସ୍ତ ଆଇସିଡି ଏସ କର୍ମଚାରୀ ମାନଂକୁ ଜିଲ୍ଲାସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ପରଭିନ ଦେଇଛନ୍ତି |

ad-week
Leave A Reply

Your email address will not be published.