ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟନୀ ଉତ୍ସବ…

( ଯୁବା ପୀଢ଼ୀ ଯାଗିଲେ ଦେଶ ଯାଗିବ )

Independence

ଆସିକା : ଓଡ଼ିଶା ରାଜ୍ୟସରକାର ଉଚ୍ଚ ଶିକ୍ଷା ଏବଂ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଯୁବ ତଥା କ୍ରୀଡା ମନ୍ତ୍ରାଳୟର ସହଭାଗିତାରେ କ୍ରୀଡା, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଆଦିକୁ ଉଦ୍ଜୀବିତ କରିବା ସହ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ପ୍ରେରଣା ଯୋଗାଇବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ଯୁବକ ମାନେ ଦେଶର ଭବିଷ୍ୟତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାର ଗ୍ରହଣ କରିଥିବା କହିଛନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ। ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ପାଇଁ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ଓଡିଶା ସରକାର ଏଭଳି ପଦକ୍ଷପ ନେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ କାର୍ଯ୍ୟକ୍ରମର ଯୁକ୍ତ ୨ ନୋଡାଲ ଅଫିସର ଡ଼ ସ୍ମିତାରାଣୀ ପଣ୍ଡା। ସାହିତ୍ୟ, କଳା, ସଂସ୍କୃତି, କ୍ଷୁଦ୍ର ଚଳଚ୍ଚିତ୍ର, ଓଡିଶୀ, ଚମ୍ପୁ ଏବଂ ସମ୍ବଲପୁରୀ, ଚଢ଼େୟା ଇତ୍ୟାଦି ଲୋକନୃତ୍ୟକୁ ସାମାଜିକ ସଚେତନ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ପ୍ରକାର ଲୋକକଳା ଆଦିକୁ ଆଗକୁ ନେବା ପାଇଁ ଯୁବ ଗୋଷ୍ଠୀଙ୍କ ପାଖରେ ଦକ୍ଷତାର ଅବାଭ ନଥିବା ବେଳେ ସେମାନଙ୍କୁ ପ୍ରେରଣା ଯୋଗାଇ ଉତ୍କର୍ଷ କଳାର ରାଜ୍ୟ ଓଡିଶାକୁ ସମୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ସାଧୁବାଦ ଜଣାଇଥିଲେ ମହାବିଦ୍ୟାଳୟ ପରିଚ଼ାଳନା କମିଟି ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଅବସରରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ସଂସ୍କୃତି ସମ୍ପର୍କିତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନୃତ୍ୟ, ଅଭିନୟ, ମନୋରଞ୍ଜନ ଓ ସମାଜସେବା ଆଦି କ୍ଷେତ୍ରରେ ଆସିକା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆହୁରି ଆଗ୍ରହ ଓ ଉତ୍ସାହ ପ୍ରଦାନ କରିବ ବୋଲି କହିଛନ୍ତି ଯୁକ୍ତ ୩ ନୋଡାଲ ଅଫିସର ବସନ୍ତ କୁମାର ଅଚାରୀ। ଅଧ୍ୟାପକ ରାଜେଶ କୁମାର ସାହୁ, ଡ. ଅଜିତ କୁମାର ମୁନୀ, ଡ଼ ଅଭୟ କେଶରୀ ପରିଛା ପଟ୍ଟନାୟକ, ସରୋଜ କୁମାର ପଣ୍ଡା, ବିଘ୍ନରାଜ ପାଢ଼ୀ, ସେଇଲ କୁମାରୀ ଝା, ସାରଥୀ ଗମାଙ୍ଗ, ପ୍ରିୟବତ ପ୍ରଧାନ, ଡ. ନନ୍ଦିତା ଦାଶ, ଡ. ଜିନିତ ସବା, ଚିତ୍ରସେନ ବେହେରା, ଡ. ସସ୍ମିତା ପାତ୍ର, ସାଲ କୁମାର ସ୍ୱାମୀ, ପ୍ରଫେସର ଜନାର୍ଦନ ସାହୁ, ଶୁଭେନ୍ଦୁ କୁମାର ରଥ, ପବିତ୍ର ଧଙ୍ଗଡ଼ ମାଝୀ, ମିନତୀ ବେହେରା, ସନାତନ ପାଢ଼ୀ, ରାଜେନ୍ଦ୍ର ଗୌଡ଼,ରଶ୍ମୀପ୍ରିୟା କଲୋ, ପଦ୍ମାବତୀ ମଲ୍ଲିକ, ଦୟାନିଧି ବଡ ରୟିତ ସମେତ ସମସ୍ତ ଅଧ୍ୟାପକ, ମୁଖ୍ୟ କିରାଣୀ ବିଜୟ କୁମାର ନାୟକ, ହିସାବ ରକ୍ଷିକା ସବିତା ପାଢ଼ୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସୂଚନା ଅଛି ଉକ୍ତ କାର୍ଯ୍ୟକ୍ରମ ୧୭ ତାରିଖରୁ ଆରମ୍ଭ ହୋଇ ଏହାର ସମସ୍ତ କାର୍ଯ୍ୟକ୍ରମ ଓ ପ୍ରତୀଯୋଗୀତା ଡିସେମ୍ବର ୩୧ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ହେବ।

ad-week
Leave A Reply

Your email address will not be published.