ଅପମିଶ୍ରଣ ଦେଶୀ ଓ ନକଲି ବିଦେଶୀ ମଦ ଅବାଧ ରେ ବିକ୍ରି….!

ବଡ଼ବାବୁ ଙ୍କ ନିର୍ଦ୍ଧେଶ ହୋବ ରେ ଦେଇଦିଅ ମାମୁଲି…!!

add-all

କାହାର ଛତ୍ରଛାୟା ତଳେ ଅବକାରୀ ବିଭାଗ ଓ ମଦ ମାଫିଆ..?


ବ୍ରହ୍ମପୁର :୧୮-୧୧ ଗଞ୍ଜାମ ଜିଲ୍ଲାର ଅବକାରୀ ବିଭାଗ ର ହୋବ ଏବେ ଆସିକା ରେ ହୋଇଥିବା ନେଇ ଚର୍ଚ୍ଚା। ଜିଲ୍ଲା ର କେନ୍ଦ୍ର ସ୍ଥଳି ହେଉଛି ଆସିକା ଏଠାରୁ ଜିଲ୍ଲାର ସମସ୍ତ ଅଞ୍ଚଳ କୁ ଗମନା ଗମନ ର ସୁବିଧା ରହିଛି। ଜିଲ୍ଲା ଅବକାରୀ ବଡ଼ବାବୁ ଙ୍କ ନିର୍ଦ୍ଧେଶ ରେ ସମସ୍ତ ପ୍ରକାର ଦେଣ ନେଣ ଆସିକା ରେ ହେଉଥିବା ଚର୍ଚ୍ଚା ହେଉଛି। ଆସିକା ନିକଟ ରେ ଥିବା ବିଭିନ୍ନ ବ୍ଲକ ରେ ଚୋରା ଦେଶୀ ବିଦେଶୀ ମଦ ବେପାରୀଙ୍କ ପ୍ରତି ଅବକାରୀ ବାବୁ ମାନେ କୋହଳ ମନବୃତ୍ତି ଦେଖାଉ ଥିବା ନେଇ ଚର୍ଚ୍ଚା ହେଉଛି। କେତେକ ମଦ ବ୍ୟବସାୟୀ ନକଲି ବିଦେଶୀ ମଦ ବିକ୍ରି କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ମଦ ବ୍ୟବସାୟୀ ମାନେ ମହୁଲ ରେ ପୋଚ ପ୍ରସ୍ତୁତ ନକରି ଗୁଡ଼, ୟୁରିଆ ଓ ଇଷ୍ଟ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏହି ଅପମିଶ୍ରଣ ମଦ ଯୋଗୁଁ ମଦ ମୃତ୍ୟୁ ହେବାର ସମ୍ଭବନା କୁ ମଧ୍ୟ ଅବକାରୀ ବିଭାଗ ର ଖାତିର ନଥିବା ଚର୍ଚ୍ଚା ହେଲାଣି। କୌଣସି ଭାଟିର ପୋଚ କୁ ଆଜି ପର୍ଯ୍ୟନ୍ତ ଟେଷ୍ଟିଙ୍ଗ ଲ୍ୟାବ କୁ ପଠା ଯାଇନାହିଁ। ଆବକାରୀ ମୁଖିଆ ମାନେ ଦୁର୍ନୀତି ର ସିଂହାସନ ରେ ବସି ହୁକୁମ ଜାହିର କରୁଥିବା ଯୋଗୁଁ ଆଜି ସରକାର ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ କ୍ଷତି ହେଉଥିବା ଚର୍ଚ୍ଚା ହେଉଛି।ଅପମିଶ୍ରଣ ଦେଶୀ ଓ ନକଲି ବିଦେଶୀ କାରବାର ସାଇଲେନ୍ସ ପ୍ଲିଜ ଯୋଗୁଁ ନିର୍ଭୟ ରେ ଚାଲିଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.