ଶଙ୍ଖ ନଦୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ

add-all

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅଧୀନରେ ଥିବା ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ବସ୍ତି ଅଞ୍ଚଳର ଜନୈକ ବ୍ୟକ୍ତି ସ୍ୱର୍ଗୀୟ ବଏଯୁ ଖଡ଼ିଆଙ୍କ ପୁଅ ବାସୁ ଖଡ଼ିଆ ୪୩ ବର୍ଷ ଶ୍ରୀ ଗଣେଶ ପମ୍ପ ପାଖରେ ଥିବା ଶଙ୍ଖ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି | ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ସନିବାର ପ୍ରାୟ ୧ଟା ସମୟରେ ସ୍ୱର୍ଗୀୟ ବଏଯୁ ଖାଡ଼ିଆଙ୍କ ପୁଅ ବାସୁ ଖାଡ଼ିଆ ନିଜ ସାଙ୍ଗଙ୍କ ସହିତ ଶଙ୍ଖ ନଦୀରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି | ବାସୁ ଖଡିଆଙ୍କ ଗୁରୁତର ଅବସ୍ଥା ଦେଖି ପାଣିରୁ ତାଙ୍କ ସାଙ୍ଗ ମାନେ ଉଦ୍ଧାର କରି କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ | ସେଠାରେ ଡାକ୍ତର ପରୀକ୍ଷା କରି ମୃତ୍ୟୁ ଘୋଷଣା କରିଥିଲେ | କୌଣସି ସୂତ୍ରରୁ କୁଆଁରମୁଣ୍ଡା ପୋଲିସ ଖବର ପାଇ ଏ ଏସ ଆଇ ଶ୍ରନିବାସ ଦାସ ଘଟଣାସ୍ଥଳରେ ପହଞ୍ଚି ସବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ପ୍ରକାଶ |

ad-week
Leave A Reply

Your email address will not be published.