ଦୀର୍ଘ ୧୬ ବର୍ଷର ଅପେକ୍ଷା ପରେ ଭତ୍ତା ପାଇଲେ ଦାସୀନ୍ତା ବଳିୟାରସିଂ…

add-all

ଦାରିଙ୍ଗବାଡି, ୧୮/୧୧, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରି ଗ୍ରାମର ଦାସୀନ୍ତା ବଳିୟାରସିଂ ଦୀର୍ଘ ବର୍ଷ ଅପେକ୍ଷା ପରେ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଥମ କରି ଭତ୍ତା ପାଇ ଖୁସି ହୋଇଥିବା ପ୍ରକାଶ ପାଇଛି। ଆଜି ଗଦାପୁର ସରପଞ୍ଚ କୁମାରୀ ମଲିକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ହସ୍ତରୁ ପ୍ରଥମ କରି ଭତ୍ତା ଗ୍ରହଣ କରିଛନ୍ତି। ଦାସୀନ୍ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଉ ନଥିବା ଖବର ସମାଜ ଖବର କାଗଜରେ ପ୍ରକାଶିତ ହେବା ସହିତ ଅନ୍ୟାନ୍ୟ ଖବର କାଗଜରେ ଗତ ମାର୍ଚ୍ଚ ମାସରେ ପ୍ରକାଶିତ ହୋଇଥିଲା। ପ୍ରକାଶ ଥାଉକି ୪୪ ବର୍ଷ ବୟସରେ ଦାସୀନ୍ତା ବଳିୟାରସିଂ ବିଧବା ହୋଇ ଯାଇଥିଲେ ସେହି ଦିନ ଠାରୁ ସରକାରୀ ସୁବିଧା ପାଇବା ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଯାଇଥିଲେ। ଦୀର୍ଘ ବର୍ଷର ଅପେକ୍ଷା ପରେ ଜନବିକାଶ କର୍ମୀ ଦିବ୍ୟ ସଭାସୁନ୍ଦରଙ୍କ ସହଯୋଗରେ ଆଜି ଭତ୍ତା ପାଇ ଖସିହେବା ସହିତ ବ୍ଲକ ପ୍ରଶାସନ, ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇ ଥିବା ପ୍ରକାଶ ପାଇଛି। ହେଲେ ଝାଟିମାଟିର କୁଡିଆ ଘରେ ଏକାକି ରହୁଛନ୍ତି। ବୟସତ ବଢି ଯାଇଛି ଏଣୁ ଆଗପରି କୁଲି ମଜୁରୀ କାମ କରି ପାରୁ ନାହାନ୍ତି। ସରକାରଙ୍କ ପାଞ୍ଚ କିଲୋ ଚାଉଳ ସହିତ ଗାଁ ଲୋକଙ୍କ ସହାୟତାରେ ଚଳୁ ଥିବା କହିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ ଙ୍କ ନିକଟରେ ଗୁହାରି ଜଣାଇଛନ୍ତି।

ad-week
Leave A Reply

Your email address will not be published.