
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଅନ୍ତଃ ମହାବିଦ୍ୟାଳୟ ଖୋକଓ ଯୁବବିକାଶର ନୂଆ ଓଡିଶା, ଯୁବଓଡ଼ିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ଓଡିଶା ବିହନ ନିଗମର ଅଧ୍ୟକ୍ଷ l ବିଜୟ ନାୟକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ,ସମ୍ମାନିତ ଅତିଥିଭାବେ କଲେଜ ପରିଚାଳନା ସଭାପତି ଲଳିତେନ୍ଦୁ ପ୍ରଧାନ, ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲ୍ଲିକ, ଯୁବ ବିଜେଡି ବ୍ଲକ ସଭାପତି ପ୍ରମିଶ ଦିଗାଲ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରବି ଚରଣ ମିଶ୍ର, ରାଜେଶ ମହାନ୍ତି ଯୋଗଦେଇ ନୂଆଓଡିଶା ଯୁବ ଓଡିଶା ରେ ଓଡିଶା ଖେଳରେ ହବ ପାଲଟିଛି, ଖେଳରେ ନିଜଭବିଷ୍ୟତ ତିଆରି କରି ଓଡିଶା ର ସୁନାମ ରଖିବା ପାଇଁ ଆହ୍ୱାନ ଦେଇଥିଲେ l ଏଥିରେ ଚାରୋଟି ଜିଲ୍ଲାର ଷୋହଳ ଟି ଦଳର ସହେସତୁରୀ ଜଣ ବ୍ରହ୍ମହପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଛାତ୍ରୀ ଯୋଗଦେଇଛନ୍ତି l ପ୍ରଥମ ସେଟରେ ରାୟଗଡା ମହିଳା ମହାବିଦ୍ୟାଳୟ ଓ ଫିରିଙ୍ଗିଆ ମଧ୍ୟରେ ମୁକାବିଲା ହୋଇଥିଲା l ଏଥିରେ ଫିରିଙ୍ଗିଆ ବିଜୟୀ ହୋଇଛି, ଏହିଖେଳକୁ ରଙ୍କନିଧି ବେହେରା, ଗୌର ଚନ୍ଦ୍ର ମହାନ୍ତି, ଚାନ୍ଦ ପ୍ରଧାନ, କୃଷ୍ଣ ଚନ୍ଦ୍ର ଗୌଡ଼, ବାଳକୃଷ୍ଣ ଦୋରା, ପି. ରମେଶ, ସଞ୍ଜୟ କୁମାର ପାତ୍ର ଖେଳକୁ ପରିଚାଳନା କରିଥିଲେ l ନୋଡାଲ ଅଫିସର ଅଧ୍ୟାପକ ଜ୍ଞାନ ରଞ୍ଜନ ଭୋଇ, ଅଧ୍ୟାପକ ରତନ ଦିଗାଲ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ l କଲେଜର ଖେଳ ଶିକ୍ଷକ ସୁଶାନ୍ତ ଭୋଳ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l