ଆଲୁରୀ ସୀତାରାମରାଜ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଲକାନଗିରି ଜିଲ୍ଲାର ୫ ମାଓବାଦୀଙ୍କ ଆତ୍ମସମର୍ପଣ…

add-all

ମାଲକାନଗିରି : ମାଲକାନଗିରି ସୀମାନ୍ତ ଆଜି ଅଲୁରୀ ସୀତାରାମା ରାଜୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ନନ୍ଦୁ ଶ୍ରୀ ତୁହିନ୍ ସିଂନ୍ହାଙ୍କ ନିକଟରେ ସ୍ବେଚ୍ଛାକୃତ ଭାବେ ମାଲକାନଗିରି ଜିଲ୍ଲାର ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ହେଲେ ଦୁଇଟି ମାଓ ଦଳର ପାର୍ଟି ମେମ୍ବର ତଥା ପରାମର୍ଶଦାତା କିଲୋ ତ୍ରିନାଡ ଓରଫ ରାଜେଶ, କିଲୋ ବାବୁରାଓ ଓରଫ ସୁଟି, ମିଲିସିଆ ସଦସ୍ୟ କିଲୋ ରାଜୁ, ଭାନ୍ତାଲା ଦଗତ ରାମ ଏବଂ ପୁଙ୍ଗି ସାଧୁ । ଏମାନେ ମାଲକାନଗିରି ଜିଲ୍ଲାର ପପୁଲୁର ଦଳରେ କାର୍ଯ୍ୟ କରୁଥିଲେ । ଏହି ମାଓବାଦୀ ମାନେ ପୂର୍ବରୁ ପପୁଲୁର-କାଲିମେଲା ଅଞ୍ଚଳର ଚନ୍ଦ୍ରପାଲ୍ଲୀ ଜଙ୍ଗଲରେ ନିଆଁ ଲଗେଇବା, ଜଣେ ମାଓବାଦୀ ପାର୍ଟି କ୍ଷେତ୍ର କମିଟି ସଦସ୍ୟ ଏବଂ ଦୁଇ ଜଣ ମିଲିସିଆ ସଦସ୍ୟଙ୍କୁ ହତ୍ୟା କରିବା, ଜଣେ ପୋଲିସ କର୍ମଚାରୀ ଙ୍କୁ ହତ୍ୟା କରିବା, ଜିଲ୍ଲାର କୋରୁକୋଣ୍ଡା ବ୍ଲକ ନୀଳକାମ୍ବରୁ ଗ୍ରାମରେ ବିଏସଏନଏଲ ସେଲ ଟାୱାର ଜାଳିବା ସହ ଅନେକ ଘଟଣାରେ ସାମିଲ ଥିଲେ । ତେବେ ବର୍ତ୍ତମାନ ମାଓ ସଙ୍ଗଠନ ଦୁର୍ବଳ ହେବା ଓ ଜନସାଧାରଣଙ୍କ ସମର୍ଥନ ହରାଇବା ଏବଂ ପୋଲିସର ପାଟ୍ରୋଲିଂ ବୃଦ୍ଧି ଯୋଗୁଁ ଏହି ମାଓବାଦୀ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରି ସାଧାରଣ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସରକାରୀ ନିୟମ ଅନୁଯାୟୀ ଏମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ad-week
Leave A Reply

Your email address will not be published.