
ଉମରକୋଟ (୨୨/୧୧/୨୦୨୩) ରାଇଘର ବ୍ଲକ ସଦର କଳା ଓ ବାଣିଜ୍ୟ ବିଭାଗ ପଞ୍ଚାୟତ ସମିତି କଲେଜଟି ସନ ୧୯୯୭ ମସି୍ୟାରେ ସ୍ଥାପିତ ହେବା ପରେ ମାତ୍ର ୬୪ ଜଣ ଛାତ୍ର ଛାତ୍ରୀ ନେଇ ଆରମ୍ଭ ହେଇ ଆଜି ୨୦୨୩ ମସି୍ୟାରେ ଛାତ୍ରୀ ଓ ଛାତ୍ର ସଂଖା ବର୍ତ୍ତମାନ ୭୯୩ ଜଣ ଅଛନ୍ତି l ଏହା ଭିତରୁ କଳା ବିଭାଗ ରେ ୬୪୭ ଓ ବାଣିଜ୍ୟ ବିଭାଗ ରେ ୧୪୬ ଜଣ ଅଧ୍ୟାୟନ ରତ ଅଛନ୍ତି କିନ୍ତୁ ଦୁର୍ଭାଗ୍ୟର ବିଷୟ କଲେଜ ରୁ ଅନୁମାନିକ ତିରିଶ କିଲୋମିଟର ଦୂରରୁ ଛାତ୍ର ଛାତ୍ରୀ ମାନେ ଆସି ଅତି କଷ୍ଟରେ ଭଡ଼ା ଘରେ ରହି ପାଠ ପଡ଼ୁଛନ୍ତି ଏବଂ ନାହିଁ ନଥିବାର ପ୍ରମୁକ ସମସ୍ୱାର ସନ୍ମୋଖିନ ହେଉଛନ୍ତି l ଦୂରରୁ ଯେଉଁ ଛାତ୍ର ବା ଛାତ୍ରୀ ଏହି କଲେଜରେ ପାଠ ପଡ଼ିବାକୁ ଆସୁଛନ୍ତି ସେମାନେ କଲେଜ ପାଠ ସାରି ଘରେ ପହଞ୍ଚିବାକୁ ବେଳେ ବେଳେ ଯାତାୟାତର ସୁବିଧା ନ ପାଇଁ କୁନିୟା ଘରେ ଆଶ୍ରିତ ହେଉଛି l ବର୍ତ୍ତମାନ ୨୦୧୭ ରେ ୧୨୦ ସଜ୍ୟା ବିଶିଷ୍ଟ ଏକ ଛାତ୍ର ନିବାସ ଆରମ୍ଭ ହେବା ପରେ ବର୍ତ୍ତମାନ ତାହା ପ୍ରୋଗତିରେ ଅଛି l ଏହି ରାଇଘର ପଞ୍ଚାୟତ ସମିତି କଲେଜର ଛାତ୍ର ନିବାସ ସମ୍ପୂର୍ଣ୍ଣ ହେଲା ପରେ ହୁଏ ତୋ ଛାତ୍ର ମାନଙ୍କ ସମସ୍ବା ଦୂରୀଭୂତ ହେବ କିନ୍ତୁ ୭୯୬ ଜଣ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ୫୦% ହେଉଛନ୍ତି ଛାତ୍ରୀ ସଂଖା l ଛାତ୍ରୀ ମାନଙ୍କ ସମସ୍ୱା ଦୂରୀଭୂତ ହେବ ନାହିଁ କି ? ସେମାନେ ତିରିଶ କିଲୋମିଟର ଦୁରୁରୁ ଆସି ପାଠ ଅଧ୍ୟାୟନ କରିବ କି ପରି ? ୫ ଟି ସରକାର ଓ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଛାତ୍ରୀ ମାନଙ୍କର ଅଭିଭାବକ ମହଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ଦୂର ଦୁରାନ୍ତର ଛାତ୍ରୀ ମାନେ ବିଭିନ୍ନ ପ୍ରକାରର ଘାତ ପ୍ରତିଘାତ ସହି ଅତି କଷ୍ଟରେ ପଞ୍ଚାୟତ ସମିତି କଲେଜ ରାଇଘର କୁ ଆସି ପାଠ ପଡ଼ୁଛନ୍ତି l ଛାତ୍ରୀ ମାନଙ୍କର ଏକ ଛାତ୍ରୀ ନିବାସ ରାଇଘର ପଞ୍ଚାୟତ ସମିତି କଲେଜ ରେ ଥିଲେ ଛାତ୍ରୀ ମାନେ ସୁରୁ ଖୁରୁରେ ଛାତ୍ରୀ ନିବାସ ରେ ରହି ପାଠ ପଡ଼ି ଥାନ୍ତେ l ଯାହାକୁ ନେଇ ରାଇଘର ଅଞ୍ଚଳ ବାସୀ ପ୍ରଶାସନ ନିକଟରେ ଦାବି ରଖିଛନ୍ତି l