ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଦେଇ ଲ୍ୟାମ୍ପ ସି.ଏସ୍.ରେ ଚାକିରି କରୁଥିବା ଅଭିଯୋଗ : ମୋକଦ୍ଦମା ରୁଜ୍ଜୁ…

add-all

ଦାରିଙ୍ଗବାଡ଼ି (୨୨/୧୧) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଲ୍ୟାମ୍ପ ସି.ଏସ୍.ରେ କାର୍ଯ୍ୟରତ ଜଣେ ଏମ୍.ଡି. ଓ ଆଉ ଜଣେ ବିକ୍ରେତା ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ନେଇ ଦାରିଙ୍ଗବାଡ଼ି ଲ୍ୟାମ୍ପ ସମବାୟ ସମିତିର ନିର୍ବାଚିତ ପ୍ରେସିଡେଣ୍ଟ ଲିଲିମା ପ୍ରଧାନ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ପତ୍ର ସହିତ ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଫୋଟ କପି ଓ ଉଚ୍ଚ ନ୍ୟାୟାଳୟର ଅର୍ଡର ସଂଲଗ୍ନ କରି ଅଭିଯୋଗ କରିଥିଲେ । ଦାରିଙ୍ଗବାଡ଼ି ଥାନା ଏହି ଘଟଣାରେ ଅଭିଯୋଗକୁ ଭିତ୍ତି କରି ଦାରିଙ୍ଗବାଡ଼ି ଲ୍ୟାମ୍ପ ସି.ଏସ୍.ରେ ଏମ୍.ଡି. ଭାବେ କାର୍ଯ୍ୟରତ ଚନ୍ଦ୍ର ମୋହନ ସାହୁ ଓ ବିକ୍ରେତା ଭାବେ କାର୍ଯ୍ୟରତ ଉମାକାନ୍ତ ପରିଡ଼ାଙ୍କ ନାମରେ ମକଦମା ରୁଜୁ ହୋଇଛି । କେସ ନଂ-୨୦୪/୨୦୨୩, ଦଫା ୪୨୦/୪୬୮/୪୭୧/୩୪ଆଇପିସି ମକଦମା ରୁଜୁକରି ଏହାର ଅଧିକ ତଦନ୍ତ ଏସ ଆଇ ଜିତେନ୍ଦ୍ର କୁମାର ବେହେରା କରୁଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ସୂଚନା ଯେ ଚନ୍ଦ୍ର ମୋହନ ସାହୁ ସେଲ୍‌ମ୍ୟାନ୍ ଭାବେ ଚାକିରିରେ ଜଏନ୍ କଲାବେଳେ ହେଚ.ଏସ୍.ସି.ଇ ଫେଲ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ଦାରିଙ୍ଗବାଡ଼ି ଲ୍ୟାମ୍ପ ସି.ଏସ୍. ର ଏମ୍.ଡ଼ି ଶ୍ରୀ ନରେଶ ପ୍ରଧାନଙ୍କ ପ୍ରମୋଶନ ପରେ ଶ୍ରୀ ଚନ୍ଦ୍ର ମୋହ‌ନ ସାହୁ ହେଚ୍. ଏସ୍.ସି.ଇ. ପାସ୍‌ କରିଥିଲାଭଳି ଜାଲ ପ୍ରମାଣ ପତ୍ର ଦେଇ ଏମ୍.ଡି. ପଦବୀରେ ଭାରପ୍ରାପ୍ତ ଏମ୍.ଡ଼ି. ଭାବରେ ପ୍ରାୟ ଚାରି ବର୍ଷରୁ ଊଦ୍ଧ ସମୟ କାର୍ଯ୍ୟ ତୁଲାଇବାକୁ ସଫଳ ହୋଇଛନ୍ତି । ସେହିପରି ଉମାକାନ୍ତ ପରିଡ଼ା ଦାରିଙ୍ଗବାଡ଼ି ଲ୍ୟାମ୍ପ ସି.ଏସ୍.ରେ ବିକ୍ରେତା ଭାବେ ଜଏନ୍ କଲାବେଳେ ଏ.ଜେ.ଓ.ହାଇସ୍କୁଲ ଫୁଲବାଣୀରେ ଏକାଦଶ ଶ୍ରେଣୀ ଫେଲ ହୋଇଥିବା ନକଲି ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ସେଥିରେ ପ୍ରଧାନ ଶିକ୍ଷକଙ୍କ ମୋହର କିମ୍ବା ହାଇସ୍କୁଲର ଅଫିସ୍ ମୋହର ମରା ଯାଇନାହିଁ।

ad-week
Leave A Reply

Your email address will not be published.