
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ସାନପେଟା ବନାଞ୍ଚଳଙ୍କ କାର୍ଯ୍ୟାଳୟରେ ରେଞ୍ଜରଙ୍କ ତତ୍ଵାବଧାନରେ କ଼଼ଇଁଛଙ୍କ ସୁରକ୍ଷାର ସଚେତନତା ଶିବିର ଗତକାଲି ଅନୁଷ୍ଠିତ ହୋଇଥିଲା । ହେଲେ ୨୪ ଘଣ୍ଟା ନପୁରୁଣୁ କ଼଼ଇଁଛମାନଙ୍କୁ ଅସୁରକ୍ଷିତ କରିବାକୁ ସାମୁଦ୍ରିକ ଅଭୟାରଣ୍ୟରେ ଆଜି କଲିକତାର ଏକ ବିରାଟ ଟ୍ରଲର ଵେନୀୟମ ଭାଵେ ମାଛ ଧରିବାକୁ ପ୍ରଵେଶ କରିଥିବାରୁ ଵନ ବିଭାଗ ଜଵତ କରିବା ସହ ୧୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଏହି ସାମୁଦ୍ରିକ ଅଭୟାରଣ୍ୟରେ କ଼଼ଇଁଛ ମାନଙ୍କର ଅଣ୍ଡାଦାନ ସମୟ ହୋଇଥିବାରୁ ଯନ୍ତ୍ର ଚାଳିତ ବୋଟ ଏବଂ ସେମାନେ ଵ୍ୟବହାର କରୁଥିବା ଜାଲକୁ ବାରଣ କରାଯାଇ ପ୍ରଵେଶ ପାଇଁ କଟକଣା କରାଯାଇଛି। ଏହା ଦ୍ଵାରା ଶାବକ ମାନଙ୍କର ସୁରକ୍ଷା ରହିପାରିବା ସହ ଅଲିଭରିଡଲେ ମାନେ ସୁରକ୍ଷିତ ଭାବେ ଅଣ୍ଡା ଦାନ କରି ସମୁଦ୍ର ଭିତରକୁ ଫେରିଯାଇ ପାରିଵେ। ଏତେ କଟକଣା ସତ୍ଵେ ମଧ୍ୟ ବିନା ଅନୁମତିରେ କଲିକତାର “ଏଫ ବି ପାରୁଲ “ନାମକ ଟ୍ରଲର ରେଜିଷ୍ଟ୍ରେସନ ନଂIndia -WB-CN-MM -3183 ଥାଇ ବାବୁ ବାଲି ଠାରୁ ସାଞ୍ଚୁରି ଏରିଆର ୪ କିମି ସମୁଦ୍ରକୁ ମାଛମାରିବାକୁ ଚାଲିଯାଇଥିଲା। ଅପରାହ୍ନ ପ୍ରାୟ ୪.୫୦ ସମୟରେ ବୋଟରେ ପେଟ୍ରୋଲିଂ କରୁଥିବା ଵନ କର୍ମଚାରୀମାନେ ଜିପିଏସ୍ ମାଧ୍ୟମରେ ଏହି ଟ୍ରଲରର ଲୋକେସନ ଜାଣି ପାରିଥିଲେ ଏବଂ ରେଞ୍ଜର ଶ୍ରୀ ପି. ମହାରଣାଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ଟ୍ରଲର, ଜାଲ ଏଵଂ ଆନୁସଙ୍ଗିକ ଯନ୍ତ୍ରାଂଶ ଜଵତ କରିବା ସହ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଵନ ବିଭାଗ। ଗିରଫ ବ୍ୟକ୍ତିମାନେ ହେଲେ ଶ୍ରୀ ନିଲ୍ ରତନ ଦଲାଲ ,କାର୍ତ୍ତିକ ଦଲାଲ, ସୁକଦେବ ଗେନ୍, ଅଜୟ ଗେନ୍, ସିମନ୍ତ ଦଳେଇ, ଜାମିନି ସେଠ୍, ଲକ୍ଷ୍ମୀକାନ୍ତ ଭୂୟାଁ, ମହାନନ୍ଦ ଭୂୟାଁ, ରଵିନ୍ଦ୍ର ନାଥ ଗେନ୍, ,ସୁକଦେଵ ମଣ୍ଡଳ, ପଶୁପତି ପାତ୍ର, ଶ୍ରୀଦେମ ଜାନା ଏମାନଙ୍କ ଘର କଲିକତାର ମେଦିନିପୁରୁ ଓ ହାୱ୍ବାଡା ହୋଇଥିବା ଵେଳେ ଜଣେ ଵାଲେଶ୍ବର ଜିଲାର ଅଟନ୍ତି। ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ଶ୍ରୀ ମହାରଣା ସୂଚନା ଦେଇଛନ୍ତି।