ମରୁଡ଼ିର ପ୍ରତିଧ୍ୱନି ଉଜୁଡ଼ିଗଲା ଧାନ କ୍ଷେତ : କ୍ଷେତରେ ଗାଈପଲ ଛାଡ଼ିଲେ ଚାଷୀ…

add-all

ଧରାକୋଟ : ଧରାକୋଟ ବ୍ଲକର ଚାଷୀକୁଳ ଏବେ ଚିନ୍ତାରେ ପଡିଛନ୍ତି। ବର୍ଷକର ଧାନ ଫସଲ ଆଖି ଆଗରେ ଉଜୁଡି ଯାଇଥିବାରୁ ନିଜର ପରିବାର ଚଳାଇବା ଚିନ୍ତା ଚାଷୀକୁ ଘାରିଛି। ଅନ୍ୟ ପକ୍ଷରେ ହାତ ଉଧାରି ଓ ସମବାୟ ବ୍ୟାଙ୍କ ଆଦିରୁ ଋଣ ଆଣି ଚାଷୀ ଦେବାଳିଆ ସ୍ଥିତିରେ ପହଞ୍ଚିଛି। ଠିକ ଏହି ସମୟରେ ସରକାର ମରୁଡି ପରିସ୍ଥିତିର ଆକଳନ ପାଇଁ ସଟଲାଇଟ ସର୍ଭେ ପାଇଁ ଘୋଷଣା କରିଛନ୍ତି । ଯାହାକୁ ଚାଷୀର ଚିନ୍ତା ବଢ଼ିଛି । ବ୍ଲକ ର ଅଠର ଗୋଟି ପଞ୍ଚାୟତ ର ୨୨୫ ଗୋଟି ରାଜସ୍ୱ ଗ୍ରାମରେ ୬୦୦୦ ହେକ୍ଟର ରୁ ଅଧିକ ଜମିରେ ଖରିଫ ଧାନ ଚାଷ ହୋଇଛି । ସେଥିମଧ୍ୟରୁ ସରକାରଙ୍କ କୃଷି ବିଭାଗ ତରଫରୁ ଆଂଶିକ ଭାବରେ ଫସଲ କ୍ଷତି ହୋଇଥିବା ଏକ ଆକଳନ କରାଯାଇଛି । ଯଦି ସରକାରଙ୍କ ତରଫରୁ ସାବା,ବଳରାମ ପୁର , ବାହାରପୁର, ରୁଗୁମୁ, ଓଳମ୍ୱା, ବରଡାବିଲି, ସିଙ୍ଗିପୁର, ଝାଡ଼ବନ୍ଧ, ଝରପାରି,ଧରାକୋଟ ପ୍ରଭୃତି ମରୁଡି ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ଯଦି ଟିମ ସଦସ୍ୟ ଆସନ୍ତେ ତାହେଲେ ପ୍ରକୃତ କ୍ଷତି ରିପୋର୍ଟ ସାମ୍ନାକୁ ଆସନ୍ତା । କିନ୍ତୁ ସଟଲାଇଟ ସର୍ଭେ ଦ୍ଵାରା ପ୍ରକୃତ କ୍ଷତିର ପରିମାଣ ଜାଣିବା ସମ୍ଭବ ହେବନାହିଁ ଜାଣି ଚାଷୀ ମାନେ ନିଜ ନିଜର ଧାନ କ୍ଷେତରେ ଗାଇପଲ ଛାଡ଼ି ଦେଲେଣି। ଏଣୁ ସରକାର ମରୁଡି ପ୍ରଭାବିତ ଅଞ୍ଚଳ ଘୋଷଣା ସହ କୃଷି ଋଣ ଛାଡ ପାଇଁ ଚାଷୀମାନେ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.