
ହିଞ୍ଜିଳିକାଟୁ ୨୨!୧୧ହିଞିଳିକାଟୁ ପୌରପରିଷଦ ସଭାଗୃହରେ ମୁକ୍ତା ଯୋଜନା ଅଧୀନରେ ଗୁରୁବାର ୭ଟି ଏନ ଏ ସିର ମିଶନ ଶକ୍ତି ସ୍ଂଜୋଯକ ଓ ଏସହେଚଜି ସଭାପତି ଓ ସମ୍ପାଦକ ଙ୍କୁ ନେଇ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ବିକାଶ କାର୍ଯ୍ୟକର୍ମ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ସ୍ତରୀୟ ସଂଜୋଯକ ସନ୍ତୋଷ କୁମାର ଭୁୟାଁ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।ଆୟୋଜିତ କାର୍ଯ୍ୟକ୍ରମରେ ହିଞିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା,ସହକାରୀ ଯନ୍ତ୍ରୀ ମୁକେଶ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀଙ୍କୁ ତାଲିମ୍ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ମିଶନ ଶକ୍ତି ମହିଳା ମାନେ କିପରି ରୋଜଗାରକ୍ଷମ ହୋଇପାରିବେ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମକୁ ମୁକ୍ତା ଟିମ୍ ର କାର୍ଯ୍ୟକ୍ରମ ସଂଯୋଜକ ମାନସ ରଞ୍ଜନ ଦିଗାଲ,ସୁନିଲ ନାହାକ,ସ୍ଵପ୍ନା ତ୍ରିପାଠୀ, ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର ପରିଚାଳନା କରିଥିଲେ। ତାଲିମ ଶିବିରକୁ ଛତ୍ରପୁର, ପୁରୁଷୋତ୍ତମପୁର,ପୋଲସରା, ବୁଗୁଡ଼ା, ଖଲିକୋଟ, ଗଞ୍ଜାମ ଆଦି ୭ଗୋଟି ଏନ ଏ ସିର ମୁକ୍ତା ସଂଜୋଯକ,ଏସ ହେଚ ଜି ମହିଳା ଗ୍ରୂପର ସଭାପତି ଓ ସମ୍ପାଦକ ମୋଟ ୩୦ଜଣ ଯୋଗଦେଇ ମୁକ୍ତା ର କାର୍ଯ୍ୟକାରିତା ପଦ୍ଧତି, ପ୍ରକଳ୍ପ ଚିହ୍ନଟ ପ୍ରକ୍ରିୟା ଆଦି ବାବଦରେ ପ୍ରଶିକ୍ଷଣ ତାଲିମ ନେଇଥିଲେ ।। ମୁକ୍ତା ଯୋଜନା ମାଧ୍ୟମରେ ଏହି କର୍ମଶାଳା ରେ ଗୋଷ୍ଠୀ ସହଭାଗୀଙ୍କୁ ସଶକ୍ତ କରିବା ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଥିବାବେଳେ ସହରାଞ୍ଚଳ ଗରିବଙ୍କ ପାଇଁ ମଜୁରି ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ୫୨ ଗୋଟି ଏସ ହେଚ ଜି ମହିଳା ଗ୍ରୂପର ର ସଦସ୍ୟମାନେ ଯୋଗଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ମହିଳା ମାନଙ୍କ ସମେତ ସମସ୍ତ କାଉନସିଲର ମାନେ ମଧ୍ୟ ଯୋଗଦେଇଥିଲେ।