କାର ଭିତରୁ ଚାଳକଙ୍କ ମୃତଦେହ ଉଦ୍ଧାର…

add-all


ହିଞ୍ଜିଳିକାଟୁ, ୨୩/୧୧(): ଗୁରୁବାର ହିଞ୍ଜିଳି ଥାନା ସାହାପୁର ଗ୍ରାମରୁ ଏକ କାର ଗାଡି (ଓଡି୩୩ଏଇ ୯୨୪୮)ଭିତରୁ ଚାଳକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ବିଦେଶୀ ଡାକୁଆ (୫୫)। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୩୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ପ୍ରକାଶ ଯେ, ଚାଳକ ଜଣଙ୍କ ଗୁରୁବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଠାରୁ ଘରକୁ ଫେରିଥିଲେ। ରାତ୍ର ସମୟରେ ଘରକୁ ନଯାଇ କାର ଗାଡି ଭିତରେ ହିଁ ଶୋଇପଡିଥିଲେ ବୋଲି ପରିବାର ଲୋକେ କହିଛନ୍ତି।‌ ଶୁକ୍ରବାର ସକାଳେ ପରିବାର ଲୋକେ ବିଦେଶୀଙ୍କୁ ଡାକିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ପରେ ପରିବାର ଲୋକେ ଗାଡି ଡୋର କାଚ ଭାଙ୍ଗି ବିଦେଶୀଙ୍କୁ ଗାଡି ଭିତରୁ ଉଦ୍ଧାର କରିଥିଲେ ମଧ୍ୟ ସେହି ସମୟରେ ତାଙ୍କରି ମୃତ୍ୟୁ ଘଟିଥିଲା।

ad-week
Leave A Reply

Your email address will not be published.