ଚୀନରେ ମାତୁଛି H9N2 ଭୂତାଣୁ; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଲା- ଭାରତକୁ ବ୍ୟାପିବା ଆଶଙ୍କା କମ୍…

add-all

mansukh-mandabya

ନୂଆଦିଲ୍ଲୀ: ଚୀନରେ ଗୋଟିଏ ପରେ ଗୋଟିଏ ଭୟଙ୍କର ଭୂତାଣ ଜନିତ ରୋଗ ବ୍ୟାପୁଛି। ଯାହାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଦୀର୍ଘ ୫ ବର୍ଷ ହେଲା କରୋନା ମହାମାରୀର ତାଣ୍ଡବ ସାରା ବିଶ୍ୱ ଦେଖିଥିବା ବେଳେ ଏବେ ଉତ୍ତର ଚୀନରେ ଏଚ୍‌୯ଏନ୍‌୨(ଏଭିଆନ ଇନ୍‌ଫ୍ଲୁଏଞ୍ଜା ଭାଇରସ୍) ମାତିଛି। ଏହା ଏକ ଭୂତାଣୁବାହୀ ଶ୍ୱାସକ୍ରିୟ ଜନିତ ରୋଗ। ବିଶେଷ ପିଲାମାନଙ୍କୁ ଏହି ଭାଇରସ୍ ଆକ୍ରମଣ କରୁଛି। ଯାହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଶୁକ୍ରବାର ଏହି ରୋଗ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ। ଏହା ଉତ୍ତର ଚୀନରେ ଦେଖାଦେଇଥିବା ଏକ ଶ୍ୱାସକ୍ରିୟା ଜନିତ ରୋଗ। ତେବେ ଏହି ଭୂତାଣୁର ଭାରତ ଉପରେ ସେତେଟା ପ୍ରଭାବ ରହିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ଯଦି କୌଣସି ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୁଏ ତେବେ ଏହାକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି।

ନିକଟରେ ଏହି ଭାଇରସର ଗମ୍ଭୀରତାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ମହାନିର୍ଦ୍ଦେଶକ(ଡିଜିଏଚ୍‌ଏସ୍‌) ପକ୍ଷରୁ ବୈଠକ ହୋଇଥିଲା। ଏହି ଭୂତାଣୁ ରୋକିବାକୁ ଗୁରୁତ୍ୱପୂର୍ଣ୍ଣମ ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ଏନେଇ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଭୂତାଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିଥିବା ଆକଳନ ଅନୁସାରେ, ଏହି ଭୂତାଣୁ ମଣିଷଠୁ ମଣିଷକୁ ବ୍ୟାପିବା ଆଶଙ୍କା କମ୍ ରହିଛି। ଏଥିସହିତ ମୃତ୍ୟୁ ଆଶଙ୍କା ମଧ୍ୟ କମ୍ ରହିଛି ବୋଲି ହୁ କହିଛି। ଏହାସତ୍ତ୍ୱେ ବି ମଣିଷ ପ୍ରାଣୀ ପାଳନ ଏବଂ ବନ୍ୟପ୍ରାଣୀ ବିଭାଗର ମଧ୍ୟରେ ଯୋଗାଯୋଗ ରଖି ଭଲ ଭାବରେ ଯାଞ୍ଚ କରିବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ad-week
Leave A Reply

Your email address will not be published.