ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା…

add-all

ଭୁବନେଶ୍ବର: ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଏହି ଅଧିବେଶନ ଗତ ୨୧ ତାରିଖ ଦିନ ଆରମ୍ଭ ହୋଇଥିଲା। ଆଜି ଯାଏଁ ୪ଟି କାର୍ଯ୍ୟ ଦିବସରେ କିଛି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। କିନ୍ତୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବାକି ୨୬ଟି କାର୍ଯ୍ୟ ଦିବସରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ। ଏହାକୁ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ଓ ଭୁପିନ୍ଦର ସିଂ ସମର୍ଥନ ଜଣାଇଥିଲେ। ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର କକ୍ଷ ତ୍ୟାଗ କରିଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ବିଧାନସଭାର ଶୀତକାଳୀନ ଅଧିବେଶନ ମାତ୍ର ୪ ଦିନ ଚାଲିଥିଲା। ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବି ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ପ୍ରବଳ ହୋହାଲ୍ଲା ହୋଇଥିଲା। ପୂର୍ବରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବିଧାନସଭା ଚାଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ad-week
Leave A Reply

Your email address will not be published.