
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଗହୀରମଥା ବାବୁବାଲିରୁ ଗତକାଲି ଏକ ଟ୍ରଲର ଜଵତ ସହ ୧୨ ଜଣଙ୍କୁ କୋର୍ଟ ଚାଲାଣ କରିବାର ୨୪ ଘଣ୍ଟା ନ ପୁରୁଣୁ ଆଜି ରାତି ଭୋର ୩.୩୦ ସମୟରେ ଆଉ ଏକ ଫିସିଂ ଟ୍ରଲରକୁ ବନଵିଭାଗ ଧରିବାରେ ସଫଳତା ହାସଲ କରିଛନ୍ତି। ସୂଚନାଯୋଗ୍ୟ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ରେଞ୍ଜର ଶ୍ରୀ ପି. ମହାରଣାଙ୍କ ନିର୍ଦ୍ଦେଶ ଅନୁଯାଇ ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ ରାତିରେ ବୋଟ ଯୋଗେ ପେଟ୍ରୋଲିଂ କରୁଥିଲେ । ସାତଭାୟା ସମୁଦ୍ର କୂଳ ଠାରୁ ୧୩ କିମି ସମୁଦ୍ର ଭିତରେ “ଦିପିକା “ନାମକ ଏକ ଟ୍ରଲରକୁ ବନଵିଭାଗ କାବୁକରିଥିବା ବେଳେ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିବା ବନବିଭାଗ ସୁଚନା ଦେଇଛି। ଏଥିସହ ଗୋଟିଏ ଜିପିଏସ୍ ତିନିଟି ଭିଏଚ୍ଏଫ୍, ଗୋଟିଏ ଫିସ୍ ଫାଇଣ୍ଡର ଓ ୧୨ ଟ୍ରଲି ନେଟ ଜଵତ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ରାମ ନାରାୟଣ ମଣ୍ଡଳ, ନାରାୟଣ ମଣ୍ଡଳ, ଧନେଶ୍ଵର ମଣ୍ଡଳ, କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ଵେଳେ ଶଙ୍କର୍ଷଣ ମହାଲିକ, ଵୃନ୍ଦାଵନ ମହାଳିକ, ସହଦେବ ମଣ୍ଡଳ, ଚନ୍ଦ୍ର ମାଝି, ରମେଶ ମାଝୀ, ରାଜେଶ ଦାସ ପ୍ରମୁଖ ଆଜି କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀ ମହାରଣା ସୂଚନା ଦେଇଛନ୍ତି।