
ଦେବଗଡ଼,୨୪|୧୧ : ଦେବଗଡ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଚାଲିଥିବା ମହୁମାଛି ପାଳନ ସମ୍ପର୍କୀତ ଚାରିଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଓଡିଶା ଖଣିଜ ସମ୍ପକ ବିକାଶ ବିଭାଗ ସହାୟତାରେ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ବୈଜ୍ଞାନିକ ଡକ୍ଟର ମାନସୀ ଭୋଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ ଶିବିରରେ ଶସ୍ୟ ସଂରକ୍ଷଣ ବିଭାଗର ବୈଜ୍ଞାନିକ କ୍ଷୀରୋଦ କୁମାର ବିଶ୍ୱାଳ, ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ମହୁମାଛି ପାଳନ ଉପରେ ଚାଲିଥିବା ଗବେଷଣା ପ୍ରକଳ୍ପର ବୈଜ୍ଞାନିକ ପ୍ରଭାସିନୀ ବେହେରା,କୀଟତତ୍ୱ ବିଭାଗର ବୈଜ୍ଞାନିକ ଉତମ ବେହେରା ଓ ରାମନାଥ ମହାପାତ୍ର ପ୍ରମୁଖ ପଦ୍ଧତିରେ ମହୁମାଛି ପାଳନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ତାଲିମ ଶିବିରରେ ଜିଲାର କୃଷି ବିଭାଗର ୨୦ ଜଣ କର୍ମଚାରୀ ଅଂଶ ଗ୍ରହଣ କରିଥିବା ବେଳେ ରିଆମାଳ ବ୍ଲକ ଲୁଲଙ୍ଗ ଗ୍ରାମ ପଂଚାୟତର କୀର୍ତନପାଲି ଗ୍ରାମରେ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ କୃଷି ବିଜ୍ଞାନ କେନ୍ଦ୍ର ଶସ୍ୟ ବିଭାଗର ବୈଜ୍ଞାନିକ ସବ୍ୟସାଚୀ ସାହୁ, ଗୃହ ବିଭାଗର ବୈଜ୍ଞାନିକ ବିଜୟଲକ୍ଷ୍ମୀ ସାହୁ, ମୃତିକା ବିଜ୍ଞାନୀ ଚିନ୍ମୟ ମିଶ୍ର, କ୍ଷେତ୍ର ପରିଚାଳିକା ନିଭା ମହାପାତ୍ର ଓ ଅମ୍ବାଡିସି ପ୍ରକଳ୍ପର ସହକାରୀ ପରିଚାଳକ ସିଦ୍ଧାର୍ଥ ଦାଶ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।