‘ଡିପ୍‌ଫେକ୍‌’ ଭିଡିଓ ଯାଞ୍ଚ କରିବାକୁ ନିଯୁକ୍ତ ହେବେ ଅଫିସର୍‌: କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର…

add-all

434jgflo_rajeev-chandrasekhar-ndtv-650-_650x400_25_October_23

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ‘ଡିପ୍‌ଫେକ୍‌’ ଭିଡିଓ ପ୍ରସାରଣ ଯୋଗୁଁ ସର୍ବସାଧାରଣରେ ଆତଙ୍କ ଓ ଉଦ୍‌ବେଗ ଦେଖା ଦେଇଥିବା ବ‌େଳେ ଆଜି  ବୈଦ୍ୟୁତିକ ଓ ପ୍ରଯୁକ୍ତି ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଏଭଳି ‘କଣ୍ଟେଣ୍ଟ୍‌’ (ଡିପ୍‌ଫେକ୍‌ ଭିଡିଓ) ଯାଞ୍ଚ କରିବା ଲାଗି ଜଣେ ଅଫିସର୍‌ଙ୍କୁ ନିଯୁକ୍ତ କରାଯିବ।

ସାମାଜିକ ଗଣମାଧ୍ୟମ କମ୍ପାନିଗୁଡ଼ିକ ସହିତ ବୈଠକ କରିବା ପରେ ସେ କହିଛନ୍ତି, ‘ଡିପ୍‌ଫେକ୍‌ କଣ୍ଟେଣ୍ଟ୍‌’ ଉପରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଏହି ଅଫିସର୍‌ ନିଯୁକ୍ତ ହେବେ।

ସେ କହିଛନ୍ତି, ଆଜିଠାରୁ ‘ଏମ୍‌ଇଆଇଟିୱାଇ’ ଓ ଭାରତ ସରକାର ଜଣେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ମନୋନୀତ କରି ନିଯୁକ୍ତି ଦେବେ। ସେ ଅଫିସର୍‌ ଏକ ପ୍ଲାଟ୍‌ଫର୍ମ ପ୍ରସ୍ତୁତି କରିବେ, ଯେଉଁଥିରେ ସାମାଜିକ ଗଣମାଧ୍ୟମ ସବୁ ଉଲ୍ଲଂଘନ କରୁଥିବା ଆଇନ ବିଷୟରେ ନାଗରିକମାନେ ସହଜରେ ଅଭିଯୋଗ କରି ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ସେହି ସୂଚନା ଆଧାରରେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ, ‘ଡିପ୍‌ଫେକ୍‌’ ଭିଡିଓର ନିର୍ମାଣ ଓ ପ୍ରସାରଣ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚଳିତ ମାସ ପ୍ରାରମ୍ଭରେ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମଗୁଡ଼ିକ ଉଦ୍ଦେଶ୍ୟରେ ‘ଇଲେକ୍ଟ୍ରୋନିକ୍‌ ଆଣ୍ଡ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି’ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଥିଲା।

ସେତେ‌ବେଳେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ, ବିଭ୍ରାନ୍ତକାରୀ ସୂଚନା ପ୍ରସାରଣ ରୋକିବା ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମଗୁଡ଼ିକ ଆଇନଗତ ଭାବେ ବାଧିତ। ସେ ଦେଇଥିବା ବିବୃତିରେ ଉଲ୍ଲେଖ ଥିଲା ଯେ, ‘ଆଇଟି ନିୟମ ୨୦୨୧’ ଅନୁସାରେ, ଅଭିଯୋଗ ହେବାର ୩୬ ଘଣ୍ଟା ମଧ୍ୟରେ ପ୍ଲାଟ୍‌ଫର୍ମରୁ ଏଭଳି ‘କଣ୍ଟେଣ୍ଟ୍‌’ ହଟାଇ ଦିଆଯିବା ଉଚିତ।

ad-week
Leave A Reply

Your email address will not be published.