ରାଇଘର ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା , ପ୍ରଶାସନ ଜାଣିଶୁଣି ନିରବ…

add-all


ଉମରକୋଟ ( ୨୫/୧୧/୨୦୨୩) ଦିନକୁ ଦିନ ରାଇଘର ମୁଖ୍ୟ ରାସ୍ତାର ଟ୍ରାଫିକ ସମସ୍ୱା ବୃଦ୍ଧି ପାଇବାକୁ ଲାଗୁଛି ଏହି ଟ୍ରାଫିକ ସମସ୍ୱାର ସମାଧାନ ନାହିଁ କି ? ରାଇଘର ବ୍ଲକଟି ଅନ୍ତର ରାଜ୍ୟ ଛତିଶଗଡ଼ ସୀମାରେ ଥିବା ଜଗୁ ନୀତି ଦିନ ଶହ ଶହ ବାରି ଜାନ ବାହନ ଚଲାଚଲ ଦୃଷ୍ଟି ଗୋଚର l ରାଇଘରରେ ବସ ପତିକ୍ଷାଲୟ ଥାଇ ମଧ୍ୟ ତାହା ଆଜି ଯାଏ କାର୍ଯ୍ୟ କାରୀ ହେଇ ନାହିଁ l ଏହି ପରି ଅବସ୍ଥାରେ ବସ ଓ ସାଧାରଣ ଗାଡ଼ି ଓ ଛୋଟ ଛୋଟ ବାଇକ ଯାକ ସବୁ ମୁଖ୍ୟ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ରହି ଯିବାରୁ ଯିବା ଆସିବା ବାଧାପ୍ରାପ୍ତ ହେବାରୁ ଲୋକ ମାନେ ନାହିଁ ନ ଥିବାରୁ ଦୁର୍ଦଶା ଭଗୁଛନ୍ତି l ବାରଂବାର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ଫଳ ଶୂନ୍ୟ l ଟ୍ରାଫିକ ସମସ୍ୱା ପାଇଁ ପ୍ରଶାସନ ପକ୍ଷରୁ ସଦର ରାଇଘର ମୁଖ୍ୟ ରାସ୍ତାରେ ଏକ ପୋଲିସ ଆଉଟ ପୋଷ୍ଟ ବା ଆଡ ପୋଷ୍ଟ ତିଆରି ହେଲା ପରେ ତାହା କିଛି ଦିନ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ଭାବେ ନିଷ୍କାମ ଅବସ୍ଥାରେ ଦଣ୍ଡିୟମାନ l ପ୍ରଶାସନ ସବୁ ଜାଣି ଶୁଣି ନିରବ ଦ୍ରୋଷ୍ଟା ସାଜି ଧୃତରାଷ୍ଟ୍ର ବଳି ଆଖି ବନ୍ଦ କରି ବସିଛନ୍ତି l ପର୍ବ ପର୍ବାଣିରେ ମୁଖ୍ୟ ରାସ୍ତାରେ ଯିବା ଆସିବା ଅତିରୁ ଅତି ସମସ୍ୱା ଉପଜୁଛି l ରାଇଘର ବ୍ଲକ ସଦର ର ବୁଦ୍ଧି ଜୀବି ବା ଜ୍ଞାନୀ ଗୁଣି ମାନେ ଅତି ଦୁଃଖର ସହିତ ଆମ ନିସର୍ତ ପ୍ରତିନିଧି ସହିତ ବର୍ଣ୍ଣଣା କରି କହିଛନ୍ତି ପ୍ରଶାସନ ଏହା ପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରୁନ୍ତୁ l କୌଣସି ଅପ୍ରୀତିକର ଘଟଣା ରାଇଘରର ଏହି ଟ୍ରାଫିକ ସମସ୍ୱା ପାଇଁ ଘଟିଲେ ଦାୟୀ କିଏ ରହିବ ବଳି ଆଖ ପାଖ ଯିବା ଆସିବା ପଥ ଚାରି ମାନେ ମଧ୍ୟ ମତ ପ୍ରକାଶ କରି କହିଛନ୍ତି ପ୍ରଶାସନ ଏହା ପ୍ରତି ଧ୍ୟାନ ଦେଇ ଅକାଳରେ କାହାର ଜୀବନ ନ ଯାଉ ତାହା ପ୍ରତି ଦୃଷ୍ଟି ଦେଉ ବୋଲି ସାଧାରଣ ରେ ଦାବି ହେଉଛି l

ad-week
Leave A Reply

Your email address will not be published.