ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଆନୁକୁଲ୍ୟରେ ସାନପତ୍ରପାଲି ଗ୍ରାମରେ କୁଟୀର ଶିଳ୍ପ ସମ୍ପର୍କିତ ତାଲିମ ଶିବିର…

add-all

ସୁନ୍ଦରଗଡ : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ ଦ୍ଵାରା ନୂଆ – ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଆନୁକୁଲ୍ୟରେ ସାମାଜିକ ସଚେତନାମୂଳକ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇ ଯାଇଛି। ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦରଗଡ ଜିଲ୍ଲା ସାନପତ୍ରାପାଲି ଗ୍ରାମରେ କୁଟୀର ଶିଳ୍ପ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଲଳିତ ରଞ୍ଜନ ସାହୁ ସଭାପତିତ୍ବ କରି ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସୁନ୍ଦରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ହସ୍ତଶିଳ୍ପ କଳା ସମ୍ପର୍କରେ ଜାଣିବା ଓ ଅନ୍ୟ ମାନଙ୍କୁ ଜଣାଇବା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ସର୍ବୋପରି ହସ୍ତଶିଳ୍ପକୁ ଲୋକଲୋଚନକୁ ଆଣି ତା’ର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ଡଃ.ଗୌରିଶଙ୍କର ପଟେଲ ଯୋଗ ଦେଇ ସୁନ୍ଦରଗଡର ଐତିହ୍ୟ, ଲୋକକଳା,ସଂସ୍କୃତି ତଥା ଶିକ୍ଷା ସହିତ ବିଭିନ୍ନ ଲୋକକଳାର ସମ୍ପର୍କ ବିଷୟରେ ଉପସ୍ଥାପନା କରିଥିଲେ। ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଣେଶ ରାମ ନାଏକ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହିତ କିପରି ଆତ୍ମନିର୍ଭରଶୀଳ ହୋଇ ପାରିବେ ସେହି ବିଷୟରେ ବକ୍ତବ୍ୟ ରଖିଥିଲେ। ସାମାଜିକ କାର୍ଯ୍ୟ କଳାପ ସଂଯୋଜକ ସରୋଜ କୁମାର ପୂଜାରୀଙ୍କ ତତ୍ତ୍ଵାବଧାନରେ ଏବଂ ଇତିହାସ ବିଭାଗର ସହକାରୀ ପ୍ରଫେସର ଡଃ. ସାକିର ହୁସେନଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ଛାତ୍ରଛାତ୍ରୀମାନେ ବାଉଁଶରେ କିପରି ସୁନ୍ଦର ବ୍ୟବହାର୍ଯ୍ୟ ଜିନିଷ ପତ୍ର ତିଆରି ହୋଇଥାଏ ତାକୁ ଦେଖିଥିଲେ ଏବଂ ନିଜେ ମଧ୍ୟ ପ୍ରସ୍ତୁତ କରି ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ।ଅନୁରୂପ ଭାବରେ ମାଟିରେ ବିଭିନ୍ନ ଜିନିଷ ମଧ୍ୟ ପ୍ରସ୍ତୁତ କରି ଥିଲେ। ଏହି ପରିପ୍ରେକ୍ଷୀରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା। ସାନପତ୍ରାପାଲିର ବରିଷ୍ଠ ନାଗରିକ, ସ୍ଵୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ପ୍ରାଥମିକ ତଥା ହାଇସ୍କୁଲର ଶିକ୍ଷାର୍ଥୀ , ଶିକ୍ଷକଓ ଶିକ୍ଷୟିତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଚିନ୍ତାମଣି କାଲୋ, ସତ୍ୟ ଶୋଭନ ସୋରେନ, ପ୍ରଭାକର ସେଠୀ, ଡଃ. ପ୍ରଦୀପ କୁମାର ସାମନ୍ତରାୟ, ପ୍ରଶାନ୍ତ କୁଲୁ, ଶ୍ରୀକାନ୍ତ କୁମାର ପଟେଲ, ଅଧ୍ୟାପିକା ସଂଗୀତା ସରାଫ, ସଂଯୁକ୍ତା କିସ୍ପଟ୍ଟା, ସେକ୍ ସନ୍ ଅଫିସର ପ୍ରଦୀପ କୁମାର ବହିଦାର ତଥା ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ , କର୍ମଚାରୀ ଓ ଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.