ଆସିକା ସରକାରୀ ଚିକିତ୍ସାଳୟ ମୁଖ୍ୟ ଫାଟକ ନିର୍ମାଣଧିନ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର…ଏହାହିଁ 5T କାର୍ଯ୍ୟ ନିର୍ମାଣ ର ନଗ୍ନ ନମୁନା…!

add-all


ବ୍ରହ୍ମପୁର : ୨୬-୧୧ଆସିକା ସରକାରୀ ଚିକିତ୍ସାଳୟ ର ନିର୍ମାଣଧିନ ଗେଟ ରେ କଂକ୍ରିଟ ଢଳେଇ ବେଳେ ଭୁଶୁଡ଼ି ଜଣେ ମହିଳା ଶ୍ରମିକ ଗୁରୁତର। ଆସିକା ତୋଟା ସାହିର ନିଳାଦାସ ବୋଲି ଜଣାପଡିଛି। ଆସିକା ରେ ଫାଇବ ଟି ମଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ବିନା ଟେଣ୍ଡେର ରେ ଚାଲିଛି। ଫାଇବ ଟି ମାଧ୍ୟମରେ ଚାଲିଥିବା ବିଭିନ୍ନ କାମ ନିମ୍ନ ମାନର ବୋଲି ପୂର୍ବରୁ ବିଭିନ୍ନ ଖବର କାଗଜ ରେ ପ୍ରକାଶ ପାଇଥିଲା। ଫାଇବ ଟି ନାମରେ ଚାଲିଥିବା କାର୍ୟ୍ଯ ସମ୍ପର୍କରେ ନିମ୍ନ ମାନର କାର୍ଯ୍ୟ କୁ ତଦାରଖ କରିବାକୁ କ୍ୱାଲିଟି କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚିକିତ୍ସାଳୟବ କୁ ଏକଟିମ ଆସି ତଦାରଖ କରି ଯାଇଥିଲା। ଆସିକା ରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମ୍ନ ମାନର ହେବାର କାରଣ ମାତ୍ରାଧିକ ପିସି କାରବାର ବୋଲି ସବୁବେଳେ ଚର୍ଚ୍ଚା ହୋଇ ଆସୁଛି। ଏଠାକାର ନିର୍ବାଚିତ ପ୍ରତିନିଧି ଙ୍କ ନେତୃତ୍ୱ ଓ ଠିକାଦାର ପ୍ରୀତିଯୋଗୁଁ ଦୁର୍ନୀତି ଚରମସୀମା ପହଞ୍ଚିଛି ବୋଲି ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳ ରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ କୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ କରିଲେ ଅଫିସ ଆସିକା ରେ ଅଫିସର ବ୍ରହ୍ମପୁର ରେ ଘଟଣା ର ରହସ୍ୟ ଉନ୍ମଚନ ହେବ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.