ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ମାନସିକ ବିକାର ଗ୍ରସ୍ତ ଯୁବକ ଉଦ୍ଧାର…

add-all


ଧରାକୋଟ ,26/11/23 ଧରାକୋଟ ପଞ୍ଚାୟତ ଅଧିନସ୍ଥ ତାଳପାଟଣା ଗ୍ରାମର ହାଡୁ ବନ୍ଧୁ ନାୟକ ଓ ପୂଷ ନାଇକଙ୍କ ମାନସିକ ବିକାର ଗ୍ରସ୍ତ ପୁତ୍ର କ୍ରୀଷ୍ଣା ନାଇକ ଙ୍କ ଚିକିତ୍ସା ଦାୟିତ୍ୱ ନେଇଛି ସ୍ୱେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ। ପ୍ରକାଶ ଯୋଗ୍ୟ 36 ବର୍ଷୀୟ କ୍ରୀଷ୍ଣା କାମ କରିବା ପାଇଁ ସୁଦୂର କେରଳ ଯାଇଥିବା ବେଳେ ସେଠାରେ ଏକ ମିଥ୍ୟା ମାମଲାରେ ଛନ୍ଦି ହୋଇ ଦାସ ବର୍ଷ ଜେଲରେ କେହି ଆଇନଜୀବୀ ତାର ମାମଲା ନ ଲଢ଼ିବା ପରେ ତାକୁ ଜେଲ କର୍ତ୍ତୃପକ୍ଷ ବ୍ରହ୍ମପୁର ଜେଲ କୁ ହସ୍ତାନ୍ତର କରି ଦେଇଥିଲେ । ବ୍ରହ୍ମପୁର ଜେଲରେ ପ୍ରାୟ ଏକ ବର୍ଷ ରହିବା ପରେ କ୍ରୀଷ୍ଣା ମାନସିକ ଭାରସାମ୍ୟ ହରାଇବା ପରେ ତାକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଘରେ କ୍ରୀଷ୍ଣା ର ଆଚରଣ ଓ ଉଚ୍ଚାରଣ ଅସହ୍ୟ ହେବାପରେ ତାର ବିଧବା ମା ଦୁଶ୍ଚିନ୍ତା ରେ ସମୟ କାଟୁଥିବା ବେଳେ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଖବର ପାଇ ବିପଦର ବନ୍ଧୁ ଅନୁଷ୍ଠାନ ର ଦୃଷି ଆକର୍ଷଣ କରିବା ପରେ ଆଜି ଅନୁଷ୍ଠାନ ର ପ୍ରତିଷ୍ଠାତା ଆଇନଜୀବୀ ସୁମିତ୍ରା ପାତ୍ର ଙ୍କ ସମେତ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଲିଙ୍ଗରାଜ ପାତ୍ର ତାଳପାଟଣା ଗ୍ରାମ ରେ ପହଞ୍ଚି ସାମ୍ବାଦିକ ହୃଦାନନ୍ଦ ଜେନା ଓ ବିଷ୍ଣୁ କେଶରୀ ଆଚାର୍ଯ୍ୟ ଙ୍କ ସହାୟତାରେ କ୍ରୀଷ୍ଣା କୁ ଧରାକୋଟ ମେଡିକାଲ କୁ ଅଣାଯାଇ ଥିଲା । ଡାକ୍ତର ଶଙ୍କର ନାରାୟଣ ବେହେରା ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ କୁ ପଠାଇଥିଲେ । କର୍ମଚାରୀ ଶିବରାମ ବ୍ରହ୍ମା,ଅର୍ଜୁନ ପାତ୍ର ଏଥିରେ ସହଯୋଗ ପ୍ରଦାନ କରିଥିଲେ। ବିପଦର ବନ୍ଧୁ ଅନୁଷ୍ଠାନ ଏପରି ସହାୟତା ପାଇଁ ଆଗକୁ ଆସିବା ଯୋଗୁଁ ଅଞ୍ଚଳ ବସୀ ପ୍ରଶଂସା କରିଛନ୍ତି ଅନ୍ୟ ପକ୍ଷରେ ଅନୁଷ୍ଠାନର ମୁଖ୍ୟ ସୁମିତ୍ରା ପାତ୍ର କ୍ରୀଷ୍ଣା ର ଅଧିକ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.