କିରାମାହା କାଥଲିକ ମଣ୍ଡଳୀ ପକ୍ଷରୁ ମା’ମେରୀଙ୍କ ପର୍ବ ବହୁ ଆଡମ୍ବରରେ ପାଳିତ…

add-all

ଦାରିଙ୍ଗବାଡି, ୨୭/୧୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଧର୍ମାଞ୍ଚଳର କିରାମାହା କାଥଲିକ ମଣ୍ଡଳୀ ପକ୍ଷରୁ ମା’ମେରୀ ଙ୍କ ପର୍ବ କୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ବ୍ରାହ୍ମଣୀଗାଁର ଧର୍ମାଞ୍ଚଳର ମୂଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ ଙ୍କ ତତ୍ତ୍ଵାବଧାନରେ କିରାମାହା ସ୍ଥିତ ଚର୍ଚ୍ଚ ପରିସରରେ ଏକ ମିଳିତ ଦିବ୍ୟଯଜ୍ଞ ର ଆୟୋଜନ କରାଯାଇଥିଲା ଏଥିରେ ମୂଖ୍ୟ ଅତିଥି ଭାବେ କଟକ ଭୁବନେଶ୍ୱର ଧର୍ମ ପ୍ରଦେଶ ର ଭିକାର୍ ଜେନେରାଲ ଯାଜକ ପ୍ରଦସ୍ ଚନ୍ଦ୍ର ନାୟକ ଯୋଗ ଦେଇ ଦିବ୍ୟ ଯଜ୍ଞ ରେ ମୂଖ୍ୟ ପୌରହିତ୍ୟ କରିବା ସହ ବାଇବଲ ରୁ ପ୍ରଭୁଙ୍କ ବାକ୍ୟ ପରିବେଷଣ କରିଥିଲେ, ଏହି ସମୟରେ ପ୍ରଭୁ ଯୀଶୁଙ୍କ ମାତା ମାରୀୟମ ଙ୍କ ଜୀବନୀ ଏବଂ ବର୍ତ୍ତମାନ ମଣ୍ଡଳୀରେ ମାଆ ମାନଙ୍କ କଣ ସବୁ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଓ କର୍ତ୍ତବ୍ୟ ରହିଛି ସେ ବିଷୟରେ ନିଜ ବକ୍ତବ୍ୟରେ କହିଥିଲେ। ଏହି ପର୍ବରେ ଗଞ୍ଜାମ ଗଜପତି ଓ ରାୟଗଡା ଜିଲ୍ଲାର ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।
ଭିକାର ଜେନେରାଲ ଯାଜକ ପ୍ରଦସ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ମିଳିତ ଦିବ୍ୟ ଯଜ୍ଞ ରେ ବ୍ରାହ୍ମଣୀଗାଁ ଡିନେରୀ ର ଡିନ ଯାଜକ କରୁଣାକର ଦିଗାଲ, ସରାମୁଳି ଧର୍ମାଞ୍ଚଳର ମୁଖ୍ୟ ଯାଜକ ଦେବରାଜ ସିଂ, ବାଲିଗୁଡ଼ା ରୁ ଯାଜକ ମନୋରଞ୍ଜନ ସିଂ, ଜନବିକାଶ ନିର୍ଦ୍ଧେଶକ ଯାଜକ ମଦନ ସୁଆଲ ସିଂ, ନୂତନ ଭାବେ ଅଭିଷିକ୍ତ ଯାଜକ ଶୁକଦେବ ନାୟକ ଓ ବିନୋଦ କିଶୋରଙ୍କ ସମେତ ଅନ୍ୟାନ୍ୟ ଯାଜକ ମାନେ ଯୋଗ ଦେଇ ଦିବ୍ୟ ଯଜ୍ଞରେ ସହଯୋଗ କରିଥିଲେ। ଆଜିର ଦିନରେ କିରାମା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପ୍ରସନ୍ନ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଯୁବ ସଙ୍ଘର ସଦସ୍ୟ ମାନେ ଯଜ୍ଞ କାଳୀନ ଭକ୍ତି ସଙ୍ଗୀତ ଗାନ କରିଥିଲେ। ହୋଲିକ୍ରସ ସଙ୍ଘର ସେବା ଭଗ୍ନୀ ମାନେ ବେଦୀ ସାଜସଜ୍ଜା ରେ ସହଯୋଗ କରିଥିଲେ।
କାର୍ଯ୍ୟ କ୍ରମ ପ୍ରାରମ୍ଭରେ କିରମାହା ମଣ୍ଡଳୀର ସଭାପତି ଗଙ୍ଗାଧର ନାୟକ ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ସମ୍ପାଦକ ଚନ୍ଦ୍ରକାନ୍ତ ରଣଷଣ୍ଢ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.