ପ୍ରତିମୂର୍ତ୍ତି କୁ ନେଇ ରାଜନୀତି କରିବା ବର ପୁତ୍ର ଙ୍କ ପ୍ରତି ଅପମାନ..!

add-all

କାହା ଇଙ୍ଗତ ରେ ଗାୟତ୍ରୀ ରେଷ୍ଟୁରାଣ୍ଟ ପୁଷ୍ପ ମାଲ୍ୟାର୍ପଣ କରିବାକୁ ବାରଣ କଲା…?

ହୀନ ମାନସିକତା ପଛର ଖଳ ନାୟକ କିଏ…??

ବ୍ରହ୍ମପୁର : ଆଜି ଗଂଜାମ ଜିଲ୍ଲାର ଶେରଗଡ଼ ନିକଟସ୍ଥ ଏକ ଦେବାଳୟ ରେ ପୂଜାର୍ଚ୍ଚନା ପାଈଁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯିବା ସମୟ ରେ ବ୍ରହ୍ମପୁର ସହରରେ ବିପୁଳ ସ୍ୱାଗତ କରିବା ପାଇଁ ବିଭିନ୍ନ ସଙ୍ଗଠନ ଫୋରମ୍ ପକ୍ଷରୁ ଆୟୋଜିତ ହୋଇଥିଲା। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ରାଜ୍ୟପାଳ ବିଶ୍ଵନାଥ ଦାସ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ପାଇଁ ଅପରାଜିତା ଷଡ଼ଙ୍ଗୀ ଯିବା ଖବର କୁ ମହାନଗର ନିଗମ ଠୁ ଲିଜ ସୂତ୍ର ରେ ନେଇଥିବା ଗାୟତ୍ରୀ ରେଷ୍ଟୁରାଣ୍ଟ ବିରୋଧ କରିବା କୁ ନେଇ ପରିସ୍ଥିତି ଏକ ପ୍ରକାର ଅଶାନ୍ତ ଥିଲା। ବିଜେପି ନେତା ତଥା କର୍ପୋରେଟର ମାନେ ସ୍ଥାନୀୟ କର୍ପୋରେଟର ପ୍ରଦିପ ଶତପଥୀ ଙ୍କ ନେତୃତ୍ୱ ରେ ଧାରଣା ଦେବା ପରେ ଧୀରେ ଧୀରେ ପରିସ୍ଥିତି ଶାନ୍ତ ପଡିଥିଲା। କାର୍ଯ୍ୟକ୍ରମ ଅନୁଯାୟୀ ବିଶ୍ୱନାଥ ଦାସ ଙ୍କ ପ୍ରତି ମୂର୍ତ୍ତି ରେ ବ୍ରହ୍ମପୁର ସହର ନାଗରିକ ମଞ୍ଚ ତରଫରୁ ପୁଷ୍ପ ମାଲ୍ୟାର୍ପଣ କରିବା ପାଇଁ ଅପରାଜିତା ଷଡ଼ଙ୍ଗୀ ଙ୍କ କାର୍ଯ୍ୟକ୍ରମ ରେ ସ୍ଥିର ହୋଇ ଥିଲା। ବ୍ରହ୍ମପୁର ନାଗରିକ ମଞ୍ଚ ଆବାହକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଏବଂ ବିଶ୍ୱନାଥ ଦାସ ସ୍ମୃତି ସଂସଦ ତରଫରୁ କିଛି କାର୍ଯ୍ୟକର୍ତ୍ତା ଓ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ଗୁଡିକର କିଛି କାର୍ଯ୍ୟକର୍ତ୍ତା ଆସି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଆଜି ଅପରାଜିତା ଷଡ଼ଙ୍ଗୀ ଙ୍କୁ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଓ ଗଂଜାମ ଜିଲ୍ଲା ବିଜେପି ସଭାପତି ସୁଭାଷ ଚନ୍ଦ୍ର ସାହୁ ଙ୍କ ସମେତ ଅନେକ ସଂଗଠନ ଅଭ୍ୟର୍ଥନା ଜଣାଇଥିଲେ। କର୍ପୋରେଟର ପ୍ରଦୀପ ଶତପଥୀ ଙ୍କ ନେତୃତ୍ୱ ରେ ଧାରଣା ବସିଥିବା ସମସ୍ତ କର୍ପୋରେଟର ପ୍ରତିମୂର୍ତ୍ତି ନିକଟକୁ ଅପରାଜିତା ଷଡ଼ଙ୍ଗୀ ଙ୍କୁ ପାଛୋଟି ନେଇଥିଲେ। ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଓ ବିଶ୍ୱନାଥ ଦାସ ସ୍ମୃତି ସଂସଦ ତରଫରୁ ଶ୍ରୀକାନ୍ତ ଦାସ ବାବୁଲା ପାତ୍ର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସମୟ ରେ ଅପରାଜିତା ଷଡ଼ଙ୍ଗୀ ଙ୍କ ସହ ଉପସ୍ଥିତ ଥିଲେ।


ତେବେ ପ୍ରଶ୍ନ ଉଠୁଛି ଯେ ବିଶ୍ୱନାଥ ଦାସ ଙ୍କ ପ୍ରତି ମୂର୍ତ୍ତି ପୂଜା ପାଇଁ ଲିଜ ନେଇଥିବା ଗାୟତ୍ରୀ ରେଷ୍ଟୁରାଣ୍ଟ ବିରୋଧ କରିବା ପଛରେ ରହସ୍ୟ କଣ? କାହା ଚାପ ରେ ସେ ବାରଣ କରିଛି। ପ୍ରତିଭା ପୂଜା ପାଈଁ ଦଳ ମତ ନିର୍ବିଶେଷରେ ପ୍ରତ୍ୟେକ ଙ୍କ ଅଧିକାର ରହିଛି। ସଂପ୍ରତି ଅପରାଜିତା ଷଡ଼ଙ୍ଗୀ ଙ୍କ ଦ୍ଵାରା ବିଶ୍ୱନାଥ ଦାସ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜନ ପୂର୍ବରୁ ବିରୋଧ କରିବା ପଛରେ ଯେଉଁ ମାନେ ସଂଶ୍ଳିଷ୍ଟ ଅଛନ୍ତି ଏହା ତାଙ୍କର ହୀନ ମାନସିକତା ବୋଲି ସହର ରେ ବୁଦ୍ଧିଜୀବୀ ମାନେ କ୍ଷୁବ୍ଧ ହୋଇ କହିଛନ୍ତି।

ad-week
Leave A Reply

Your email address will not be published.