ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ…

add-all

ଛତ୍ରପୁର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ ହୋଇ ଉଠିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଠାରେ ଓଡିଶାର ନୈା ବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅ ମାନଙ୍କର ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ଛତ୍ରପୁର ଅଂଚଳରେ ବସବାସ କରୁଥିବା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ସୋଲରେ ଏକ ବୃହତ ବୋଇତ ନିର୍ମାଣ କରି ବୋଇତକୁ ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲରେ ସଜାଇ ଚଣ୍ଡିଛକରେ ଥିବା ଛତ୍ରପୁରର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମା ରାମାୟଣୀମ୍ମା ଠାକୁରାଣୀ ନିକଟରେ ପୂଜାର୍ଚ୍ଚନା କରିବା ସହ ତୈଳ୍ୟ ବୈଶ୍ୟ ସମାଜର ପୁରୁଷ /ମହିଳା, ଯୁବକ ,ଯୁବତୀ ମାନେ ସାମିଲ ହୋଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରରେ ସହର ପରିକ୍ରମା କରି ପୁରୁଣାଲାଇନ ସ୍ଥିତ ଶ୍ରୀ ଶ୍ରୀ ଗୈାରୀ ଶଙ୍କର ମନ୍ଦିର ନିକଟରେ ପହଞ୍ଚିଥିଲେ । ଏହାପରେ ସମାଜର ମହିଳା ମାନେ ହୁଳହୁଳି ଦେଇ ଫୁଲ ଚନ୍ଦନ ସହ ବୋଇତ କୁ ବନ୍ଦାପନା କରିଥିଲେ । ସମାଜର ସମସ୍ତ ସଦସ୍ୟ /ସଦସ୍ୟା ମାନେ ସୋଲରେ ନିର୍ମିତ ବୋଇତ କୁ ଲାଇନବନ୍ଧରେ ଭସାଯାଇଥିଲା । ଏହି ଉତ୍ସବରେ ତୈଳିକ ବୈଶ୍ୟ ସମାଜର ସଭାପତି ରମେଶ ଚନ୍ଦ୍ର ସାହୁ, ଉପସଭାପତି ଅଶୋକ କୁମାର ସାହୁ, ସଂପାଦକ ସୁଧୀର କୁମାର ସାହୁ, ସହ-ସଂପାଦକ ସଦାନନ୍ଦ ସାହୁ,କୋଷାଧ୍ୟକ୍ଷ ବାବୁଲୀ ସାହୁ, ପୂର୍ବତନ ସଭାପତି ମାଧବ ଚନ୍ଦ୍ର ସାହୁ,ପ୍ରମୋଦ କୁମାର ସାହୁ,ସୋମନାଥ ସାହୁ, ଶରତ ଚନ୍ଦ୍ର ସାହୁ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସମାଜ ର ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.