ଗଞ୍ଜାମ ଜିଲ୍ଲାସ୍ତରୀୟ ଦିନିକିଆ କବାଡି ପ୍ରତିଯୋଗିତା : ନାଉଳି ବିଜେତା…

add-all

ଛତ୍ରପୁର : ଛତ୍ରପୁରବ୍ଲକ ଅନ୍ତର୍ଗତ କରାତଳୀ ଗ୍ରାମରେ କେ. କେ କ୍ଳବ ପକ୍ଷରୁ ରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ଦିନିକିଆ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ 16ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇଲନାଲ ମ୍ୟାଚ ରେ ରଙ୍ଗେଈଲୁଣ୍ଡାବ୍ଲକ ର ପଞ୍ଚମା ଦଳ ସହିତ ଛତ୍ରପୁର ବ୍ଲକର ନାଉଳି ଦଳ ମଧ୍ୟରେ ମୁକାବିଲା ହୋଇଥିଲା, ଏହି ମ୍ୟାଚ ଟି ଉଭୟଙ୍କ ମଧ୍ୟରେ ବହୁତ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଥିଲା। ଶେଷରେ ନାଉଳିଦଳ 33-26 ରେ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲେ । ଏହି ପ୍ରତିଯୋଗିତା କୁ ବିପୁଳିଙ୍ଗୀ ପଞ୍ଚାୟତର ସରପଞ୍ଚ ହିନା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଉଦଘାଟନ କରି କ୍ରୀଡାବିତ ମାନଙ୍କୁ ଉତ୍ସାହ କରିଥିଲେ। ତାଙ୍କ ସହ ସ୍କୁଲ ଶିକ୍ଷକ ନୀଳାଞ୍ଚଳ ପଣ୍ଡା,ସୁରେଶ ଦାଶ, ରଘୁନାଥ ରେଡି, ସେନାପତି ନାହାକ ଉପସ୍ଥିତ ଥିଲେ। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ଜଗମୋହନ ମୀନା ଯୋଗଦେଇ ଫାଇନାଲ ମ୍ୟାଚ କୁ ଦେଖିବା ସହିତ ବିଜେତା ଓ ପରାଜିତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସର ରେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ରୋଟାରି କ୍ଳବ ର ସଭାପତି ନିରଞ୍ଜନ ପାତ୍ର ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ବାଲେଶ୍ୱର ଜିଲ୍ଲାର 4 ଜଣ ରେଫେରୀ ଖେଳକୁ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତା ରେ ବେଷ୍ଟ ରାଇଡର ଭାବେ ନାଉଳି ଦଳର ରାଖେଲ ଏବଂ ବେଷ୍ଟ ଡ଼ିଫେଣ୍ଡର ଭାବେ ପଞ୍ଚମା ଦଳର ନିଖିଳ ଙ୍କୁ ଗଞ୍ଜାମ ଏସପି ଶ୍ରୀ ମିନା ପୁରସ୍କାର ପ୍ରଦାନ କରିଥିଲେ, ଏହି ପ୍ରତିଯୋଗିତା କୁ ଛାତ୍ର ନେତା ବେଣୁଧର ବେହେରା, ମୁକେଶ ନାହାକ, ମୁନା ରେଡି, ହେମନ୍ତ ନାହାକ, ସଞ୍ଜୟ ନାହାକ, ଦିନେଶ ମାହାନ୍ତି, ବାସୁଦେବ ପ୍ରଧାନ, ଶଙ୍କର ରେଡି, ସୁକାନ୍ତ ନାହାକ, ଦଣ୍ଡପାଣି ନାୟକ, ପ୍ରସାଦ ନାୟକ, ହରି ସେଠି, ଯୋଗେଶ ସେଠି, ଗଣେଶ ବେହେରା, ଶିବା ପାତ୍ର, ରାହୁଲ ଦାଶ, ଗଣେଶ ନାୟକ, ଦିପୁନ ସେଠି, ରାଜେଶ ରେଡି, ଶୁଭମ ଦାଶ, ନାଗାର୍ଜୁନ ସାହୁ,ନିଶିକାନ୍ତ ଖୁଣ୍ଟିଆ ଏବଂ କେ. କେ କ୍ଳବ ର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.