ଚାନ୍ଦଲିରେ ବିଜେଡି ର ଜନସମ୍ପର୍କ ପଦ ଯାତ୍ରା…

kalipuja

କୋରାପୁଟ(କୋଟପାଡ଼) :—12/11/26—: କୋଟପାଡ଼ ବ୍ଲକ ଚାନ୍ଦଲି ପଞ୍ଚାୟତ ସଦରରେ ବିଜୁ ଜନତାଦଳର ଜନ ସମର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବି ଜେ ଡି ସୁପ୍ରିମୋ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ ଜ଼ିଲ୍ଲା ସଭାପତି ଝିନ୍ନ ହିକ୍କାଙ୍କ ଅଧ୍ୟକ୍ଷୟତlରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାରରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିବା ବେଳେ ଜ଼ିଲ୍ଲା ବିଜେଡିର ଛାମୁଆ ନେତୃବୃନ୍ଦ ଉପସ୍ଥିତ ରହିଥିଲେ l
ଚାନ୍ଦିଲି ସ୍ଥିତ ଠାକୁରାଣୀ ମନ୍ଦିରରୁ ଏହି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ସଦର ମହୋକୁମା ପରିକ୍ରମା କରିବା ପରେ ମନ୍ଦିର ପ୍ରାଙ୍ଗଣରେ ସଭାର ଆୟୋଜନ କରାଯାଇଥିଲା l ଚଳିତ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ଉପସ୍ଥିତ ନେତା ମାନଙ୍କ ଦ୍ୱାରା ନିନ୍ଦା କରିବା ସହିତ କଡ୍ଡl ସମାଲୋଚନା କରିଥିଲେ l


କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ, କୋରାପୁଟ ଜିଲ୍ଲା ବିଜୁ ଜନତାଦଳର ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଜିନ୍ନ ହିକ୍କା , ପୂର୍ବତନ ଲୋକ ସଭା ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ସାଂସଦ ତଥା ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ଜିଲ୍ଲା ପରିଷଦ ଉପ ସଭାପତି ରାଧା ବିନଦ ସାମନ୍ତରାୟ, କୋରାପୁଟ ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରମ୍ମୁଖ ନିଜ ବକ୍ତବ୍ୟରେ ଲୋକଙ୍କ ସରକାର କହୁଥିବା ଭାରତୀୟ ଜନତା ପାର୍ଟକୁ ସମାଲୋଚନା କରି କହିଥିଲେ ଯେ ବନ୍ୟା ବାତ୍ୟା ନିୟନ୍ତ୍ରଣ କରିବାରେ ଏ ସରକାର ସଂପୂଣ୍ଣ ଭାବେ ବିଫଳ ହୋଇଛି,ମନୁଷ୍ୟକୃତ ବନ୍ୟା ଚାଷୀଙ୍କ ଫସଲ ନଷ୍ଟ ହେବା ଦ୍ୱାରା ମୁଣ୍ଡରେ ହାତ ଦେଇ ବସିଲେ ଚାଷୀକୁଳ l ଇନ୍ଦ୍ରାବତୀ ଡେମର ପାଣି ପୂର୍ବ ସୂଚନା ନ ଜଣାଇ ଲୋକଙ୍କ ଧନ, ଫସଲ, ସବୁ ନଷ୍ଟ କଲା,ବୁଡ଼ା ବୁଡି ମାନଙ୍କୁ ଭତ୍ତା ଠିକ ସମୟରେ ଯୋଗାଇ ପାରୁନାହିଁ, ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୁତି ପାଣିର ଗାର ସଦୃଶ୍ୟ ହୋଇଥିବାକୁ ନେଇ ଏବଂ ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ଏ ସରକାରଠୁ ଉଠିଗଲାଣି ବୋଲି କହିଛନ୍ତି l ଏହି ପଦ ଯାତ୍ରାରେ କୋଟପାଡ଼ ବ୍ଲକର ବି ଜେ ଡି ସଭାପତି, କୋଟପାଡ଼ ନଗର ସଭାପତି ଆରିଫ ପଟେଲ,ବ୍ଲକ ଉପାଧ୍ୟାକ୍ଷ ତପନ ପାଣିଗ୍ରାହୀ, ବିରେନ ବିଶୋଇ, ଆଇନଜୀବି ଅଜିତ ପଟନାୟକ, ପ୍ରତାପ ସାହୁ, ଜିଲ୍ଲା ପରିଷଦ ତ୍ରିପତି ଚାଲ୍ଲାନ, ଗୀତl ମାଝୀ, ଜିଲ୍ଲା ବି ଜେ ଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ପ୍ରସାଦ ବିଡ଼ିକାଙ୍କ ସମେତ ବହୁ ସଂଖ୍ୟକ କର୍ମୀ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.