ନାରାୟଣୀ ମନ୍ଦିର ନିକଟରୁ ମୃତ ଦେହ ଉଦ୍ଧାର…

add-all

ଫୁଲବାଣୀ : ଆଜି ପବିତ୍ର କାର୍ତିକ ପୁର୍ଣିମାରେ ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସହରର ନାରାୟଣୀ ମନ୍ଦିର ନିକଟରେ ଏକ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ଯାହା ସୂଚନା ରହିଛି ମୃତକ ଜଣକ ହେଉଛନ୍ତି ବୈକୁଣ୍ଠ ମେହେର, ପିତା-ଅଭିମନ୍ୟୁ ମେହେର ବୟସ- ୪୬, ଘର – ମୋଚି ସାହି ଫୁଲବାଣୀ ବୋଲି ଜଣାପଡିଛି। ଆଜି ଭୋରରୁ ସ୍ଥାନୀୟ ଲୋକେ କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ପାଇଁ ନଦୀ କୂଳକୁ ଯିବା ସମୟରେ ଏହି ବ୍ୟକ୍ତି ଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏ ବିଷୟରେ କିଛି ଲୋକ ସଙ୍ଗେ ସଙ୍ଗେ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁ ଙ୍କୁ ଜଣାଇଥିଲେ। ରାଜୁ ଟାଉନ ଥାନାଧିକାରୀଙ୍କୁ ଜଣାଇଥିଲେ। ଘଟଣା ସ୍ଥଳରେ ଥାନାଧିକାରୀ ପହଞ୍ଚିପରେ ସବଟିକୁ ଚିହ୍ନଟ କରି ଟିମ ସଦସ୍ୟ ଭି.ଜଗନ୍ନାଥ ରାଜୁ ,ଏସ କେ ଅବଦୁଲ ସାକୀର, ଶିବ ପ୍ରସାଦ ପାତ୍ର ମିଶି ମୂର୍ତ ଶରୀରକୁ ଶବ ବ୍ୟବଛେଦ ନିମନ୍ତେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l

ad-week
Leave A Reply

Your email address will not be published.