ଡିଏଲଏସ ପକ୍ଷରୁ ସାମ୍ବିଧାନିକ ଦିବସ ପାଳିତ

add-all

ଫୁଲବାଣୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଫୁଲବାଣୀ ନବୋଦୟ ବିଦ୍ୟାଳୟ ପରିସରରେ ସମ୍ବିଧାନ ଦିଵସ ପାଳନ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଦୌରାଜଜ୍ ସତ୍ୟ ପୀର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ‌ଦେଇ ଥିଲେ ଏବଂ ଜିଲ୍ଲା ‌ଦୋରା ଜଜ୍ ତଥା ପୋକ୍ସୋ ଜଜ୍ ସଞ୍ଚିତ କୁମାର ବେହେରା ,ପାରିବାରିକ ଅଦାଲତର ଜଜ୍ ଶ୍ରୀମତୀ ବିଶ୍ଵ କଲ୍ୟାଣୀ ମିଶ୍ର,ଜେ‌ ଏମ୍ ଏଫ୍ ସି ମିସ୍ ସୋମ୍ୟଶୀ ମହାପାତ୍ର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ନମିତା ରାଣୀ ପଣ୍ଡା, ଡି ଏସ ପି ସୁବ୍ରତ ବେହେରା, ବରିଷ୍ଠ ଆଇନଜୀବି ବିଜୟ ମହାନ୍ତି, ବିଜୟ କୃଷ୍ଣ ପଟ୍ଟନାୟକ, ବାର୍ ଆସୋସିଏସନର ସମ୍ପାଦକ କମଳ କୁମାର ବେହେରା ରାଜ୍ୟ ଡିଫେନସ୍ କାଉନ୍ ସେଲ୍ ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀଙ୍କ ସମେତ ‌ନବୋଦୟ ବିଦ୍ୟାଳୟର ସମସ୍ତଶିକ୍ଷକ ଓ ଶିକ୍ଷୟତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ବକ୍ତା ମାନେ ସମ୍ବିଧାନର ସମସ୍ତ ଦିଗ ଉପରେ ଆଲୋକପାତ କରିଥିଲେ l ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆଗ୍ରହ ତଥା ସେମାନଙ୍କର ସମ୍ବିଧାନ ବିଷୟରେ ଅନେକ ଜ୍ଞାନ ଥିବାର ପରିଲକ୍ଷିତ ହୋଇଥିଲା lଛାତ୍ର ଛାତ୍ରୀ ମାନେ ମଧ୍ୟ ସମ୍ବିଧାନ ବିଷୟରେ ନିଜ ‌ନିଜର ମତାମତ ପ୍ରଦାନ ରଖିଥିଲେ lସଭାଟିକୁ ଜେ ଏମ୍ ଏଫ୍ ସି ସୋମ୍ୟ ଶ୍ରୀ ମହାପାତ୍ର ପରିଚାଳନା କରିଥିବା ବେଳେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ନମିତା ରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.