ନବୀନଙ୍କ ଯୁଗ ଶେଷ ପାଣ୍ଡିଆନଙ୍କ ଯୁଗ ଆରମ୍ଭ.. !

add-all

ଗଞ୍ଜାମ ଗସ୍ତ ବେଳେ ଦୟନୀୟ ଅବସ୍ଥା ରେ ନେତା ମାନଙ୍କୁ ଦେଖିବାକୁ ମିଳିଥିଲା…!

ବ୍ରହ୍ମପୁର : ଫାଇଭ ଟି ଅଧକ୍ଷ ଭି.କେ ପାଣ୍ଡିଆନ ବିଜେଡ଼ି ର ମଙ୍ଗଧରିବା ପରେ ଗଞ୍ଜାମ ଜିଲ୍ଲାର ତାରାତାରିଣୀଙ୍କ ପୀଠକୁ ଆସିଥିଲେ। ନେତା ଆସିଛନ୍ତି ମା ତାରାତାରିଣୀ ଙ୍କ ଆଶୀର୍ବାଦ ଭିକ୍ଷା ନେବା ପାଇଁ। ଆଶାୟୀ ପ୍ରାଥୀ ନୂଆ ମଙ୍ଗ ଧରି ଥିବା ନେତା ଙ୍କ ପଛରେ ଦୟନିୟ ଅବସ୍ଥାରେ ଥିବା ନେଇ ଚର୍ଚ୍ଚା ହେଲା। ପାଣ୍ଡିଆନ ଙ୍କ ନୂଆ ଇନିଙ୍ଗସ ପରେ ଦଳର ନେତା ମାନେ ପୁଣି ଟିକେଟ ପାଇବା ପାଇଁ ଓ ଆଶାୟୀ ମାନେ ଏବେ ଆଗ ପଛ ହେଉଥିବା ଦେଖିବାକୁ ମିଳୁଛି। ମୁହଁ ରେ ହସ ନ ଥିଲେ ବି ହସିବାକୁ ବାଧ୍ୟ ହେବା ଅଭିନୟ କରୁଥିବା ନେଇ ଏବେ ଚର୍ଚ୍ଚା ହେଉଛି। ଚୌକି ମୋହ ଓ ଟିକେଟ ଭୟ ସମସ୍ତ ଙ୍କୁ ଘାରିଥିବା ନେଇ ବିରୋଧି ଙ୍କ ମଧ୍ୟ ରେ ଚର୍ଚ୍ଚା ହେଲାଣି।ଶାସକ ଦଳର ନେତା ଓ ବିଧାୟକ ମାନେ ଆଗାମୀ ସାଧାରଣ ନିର୍ବାଚନ ରେ ପୁଣି ଥରେ ନିଜ ପାଇଁ ହେଉ କିମ୍ବା ପୁଅ ଝିଅ ପାଇଁ ଟିକେଟ ଲବି ସକାଶେ ବାଟ ଖୋଜିବା ଆରମ୍ଭ କରିଥିବା ଲକ୍ଷ କରାଯାଇଛି। ନବୀନ ବାବୁ ଙ୍କ ଇନିଙ୍ଗସ ଏବେ ସରିଥିବା ବେଳେ ପାଣ୍ଡିଆନ ଙ୍କ ଇନିଙ୍ଗସ ଆରମ୍ଭ ହେଲା ବୋଲି ରାଜନୈତିକ ପଣ୍ଡିତ ମାନେ ଆଲୋଚନା ଆରମ୍ଭ କରିଲେଣି । ଆଗାମୀ ସାଧାରଣ ନିର୍ବାଚନ ପରେ ନବୀନ ଙ୍କ ଉତ୍ତରାଧିକାରୀ ର ମୁକୁଟ କାହା ମୁଣ୍ଡ ରେ ଶୋଭା ପାଉଛି ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.