ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ IYDPର ସ୍ପୋର୍ଟସ ଇଭେନ୍ଟ ଆରମ୍ଭ

add-all

ଫୁଲବାଣୀ : ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା
ଅନ୍ତର୍ଗତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର କ୍ରୀଡା ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ସେବା ଶିବିର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ସ୍ଥାନୀୟ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ଅଧକ୍ଷ୍ୟ, ବିହନ ନିଗମ, ଓଡିଶା ସରକାର ସମ୍ମାନିତ ଅତିଥ୍‌ ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ, ସମିତି ସଭ୍ୟ ଶ୍ରୀଯୁକ୍ତ କିରାପ ପ୍ରଧାନ, ମୋ ସ୍କୁଲ ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଦିଗାଳ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତଚିତ୍ରସେନ କହଁର, ବୁଦ୍ଧିଜୀବୀ ଶ୍ରୀଯୁକ୍ତ ଖଗେଶ୍ବର ପଟ୍ଟନାୟକ, ଶ୍ରୀଯୁକ୍ତ ବିକୁନା ସାହୁ, ସାମ୍ବାଦିକ ମନୋଜ କୁମାର ଗଉଡ, ରାଜେଶ ପାଣିଗ୍ରାହୀ, ବାଳକୃଷ୍ଣ କହଁର ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିଲେ ଅଧକ୍ଷ୍ୟ ଡଃ ସନ୍ତୋଷ କୁମାର ପ୍ରଧାନ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅନୁଷ୍ଠାନର କ୍ରୀଡା ଶିକ୍ଷକ ଏମ ବାଳକ୍ରୀଷ୍ଣା ଦୋରା ଖେଳ ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ବରିଷ୍ଟ ଅଧ୍ୟାପକ ଡଃ ବାବୁଲା ପାଟଜୋଶୀ, ଶ୍ରୀମତୀ ରୀତାଞ୍ଜଳି ସାହୁ, ରୀନାରାଣୀ ବେହେରା, ଶିବରାମ ବେହେରା, ବୈକୁଣ୍ଠନାଥ ପଣ୍ଡା, ସଞ୍ଜୟ କୁମାର ନାୟକ, ସନ୍ୟାସୀ ଜେନା କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ I

ad-week
Leave A Reply

Your email address will not be published.