
ଧରାକୋଟ : ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡିଶା ମାଧ୍ୟମରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଯୋଜନାର ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ, ସମ୍ମାନିତ ମୁଣ୍ତମରାଇ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ , ଏସ ବି ଆଇ ଧରାକୋଟ ଶାଖା ପରିଚାଳକ ଗୌତମ ରାଉତ,କ୍ଷେତ୍ର ଅଧିକାରୀ ଦେବାଶିଷ ପଣ୍ଡା,ଅଧ୍ୟାପକ ବଳରାମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଅଧ୍ୟାପିକା କ୍ଷୀରାବ୍ଦି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନେ କିପରି ଦକ୍ଷତା ଅର୍ଜନ କରିବେ ତାହା ଉପରେ ଅତିଥିମାନେ ମତ ରଖିଥିଲେ । ସମାଜ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବଚ୍ଛତା ,ଯୌତୁକ ନିର୍ଯାତନା ରୋକିବା,ପରିମଳ ସେବା ଓ ନିଶା ନିବାରଣ ରୋକିବା ପାଇଁ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପିକା ରାଜଶ୍ରୀ ବେହେରା, ପ୍ରିତିମୟି କର ଙ୍କ ସହ ପୂର୍ଣ୍ଣ ଚନ୍ଦ୍ର ଦାସ, ଗୋପାଳ କୃଷ୍ଣ ପଣ୍ଡା, ଦିଲୀପ ମହାନ୍ତି, ଦିଲିପ ମହାନ୍ତି ସନ୍ଦୀପ ପଟ୍ଟନାୟକ, ପ୍ରଦୀପ ନାୟକ, ଅଶୋକ ଦାସ ଓ କୁଷ ନାୟକ ସହଯୋଗ ପ୍ରଦାନ କରିଥିଲେ।