ସମନ୍ଵିତ ଯୁଵ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ,୨୯!୧୧ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ କଞ୍ଚୁରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଵୁଧବାର ସମନ୍ଵିତ ଯୁଵ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ସୁଜିତ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଈ ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହିଞିଳିକାଟୁ ବ୍ଳକ ଅଧ୍ୟକ୍ଷ ସରସ୍ଵତୀ ସେଠି, କଞ୍ଚୁରୁ ସରପଞ୍ଚ ମଦନମୋହନ ସେଠି, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ,ଭାଇ ଗୀତାଞ୍ଜଳି,ପ୍ରିତି ସାହୁ, ହିଞିଳିକାଟୁ ବ୍ଳକ ଵିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ବ୍ଳକ ଵିଜେଡି ଯୁଵ ସଭାପତି ମନୋଜ କୁମାର ସାଵତ‌, ଵିଜେଡି ନେତା ଡି ବିଶ୍ଵନାଥ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ, ହିଞିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ବିଦ୍ୟାଳୟ ପରିଚାଳନା ସଭାପତି ଜୟସେନ ମହାନ୍ତି‌ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ଯୁବଶକ୍ତି ଓ ଯୁଵପ୍ରତିଭା କୁ ବିକାଶ କରିବା ଏହାର ଲକ୍ଷ୍ୟ ଵୋଲି ଅତିଥି ବୃନ୍ଦ ମତ ଦେଇଥିଲେ। କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁ ବ୍ଲକ୍ ସାପୁଆପଲ୍ଲି ର ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ଦୁର୍ଗାମାଧବ ପଣ୍ଡା,ଓ ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ଅରୁଣ କୁମାର ସାମନ୍ତ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। କଞ୍ଚୁରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରିଡା ଶିକ୍ଷକ ଵିଭୁତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.