ଦେବସ୍ମିତା ଶତପଥୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମୁକୁଟ ପିନ୍ଧିଲେ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ଉପ ନିର୍ବାଚନ ଗତ କାଲି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ ଗଣତି ହୋଇଥିଲା ।ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟ ତହସିଲଦାର ତଥା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍ ସାହୁଙ୍କ ନେତୃତ୍ୱରେ ଷ୍ଟ୍ରଙ୍ଗ ରୁମ ଠାରୁ ଇ ଭିଏମ ନେଇ ଗଣତି କେନ୍ଦ୍ରକୁ ନେଇଥିଲେ ଓ ଗଣତି ଆରମ୍ଭ ହୋଇଥିଲା ।ପ୍ରଥମ ପର୍ଯ୍ୟାୟରେ ହିଁ ବିଜେଡି ପ୍ରାର୍ଥୀନି ଲିଡ ରେ ରହି ଶେଷ ୭ ରାଉଣ୍ଡ ସୁଦ୍ଧା ୩୧୧୧ ଭୋଟରେ ଆଗୁଆ ଏହି ବିଜୟ ଲାଭ କରିଥିଲେ ତେବେ ବିଜେପି ପକ୍ଷରୁ ସମୁଦାୟ ୭୫୬ ଓ କଂଗ୍ରେସ ୬୧୪ ଗୋଟି ଭୋଟ ପାଇଥିବା ବେଳେ ବିଜେଡ଼ି ୩୧୧୧ ଗୋଟି ଭୋଟ ପାଇଥିଲା ।ପ୍ରତିଦ୍ବନ୍ଦୀ ବିଜେପି ରଞ୍ଜିତା ନାୟକଙ୍କୁ ଠାରୁ ୨୩୫୫ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲା ବିଜେଡି ପାର୍ଥିନି ଦେବସ୍ମିତା ଶତପଥୀ ।ତେବେ ସ୍ଥାନୀୟ ନିର୍ବାଚନ ଅଧିକାରୀ ଶେଷରେ ବିଜେଡି ପ୍ରାର୍ଥୀନି ଦେବସ୍ମିତା ଶତପଥୀ ବିଜୟ ଲଭ୍ କରିଥିବା ଘୋଷଣା କରିଥିଲେ । ବିଜୟ ଲାଭ ପରେ ପାର୍ଥିନି ସମସ୍ତଙ୍କର ଆଶୀର୍ବାଦ ନେଇଥିଲେ ଓ ନିଜ ପ୍ରତିକ୍ରିୟାରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ସମେତ ଅନ୍ୟ ଆଗଧାଡିର କର୍ମୀମାନଙ୍କୁ ବିଜୟରେ ଶ୍ରେୟ ଦେଇଥିବା ବେଳେ ନିଜ ସ୍ବର୍ଗତ ମାଆଙ୍କର ଅଧୁରା ସ୍ବପ୍ନକୁ ସାକାର କରି କାର୍ଯ୍ୟ କରିବା ସହିତ ଅଞ୍ଚଳର ଉନ୍ନତି କରିବା ଦିଗରେ ଅଗ୍ରାଧିକାର ଦେବେ ବୋଲି କହିଥିଲେ ।

ad-week
Leave A Reply

Your email address will not be published.