କୁଇସମାଜ ସେବା ସମିତିର ୭୦ତମ ପ୍ରତିଷ୍ଠା ଦିବସ ପାଳିତ…

add-all

ଫୁଲବାଣୀ /ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲାର କୁଇସମାଜ ସେବା ସମିତି ଫୁଲବାଣୀର ୭୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଖଜୁରୀପଡ଼ା ଆମ୍ବେଦକର କଲେଜ ଛକ ପଡ଼ିଆ ନିକଟରେ ପାଳିତ ହୋଇଯାଇଛି । ଅତିଥିଭାବେ କନ୍ଧମାଳ ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ, କୁମୁଦ ଚନ୍ଦ୍ର ମଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଳା ପରିଷଦ ସଭ୍ୟା ମମତା ମଲିକ, ବ୍ଳକ ଅଧ୍ଯକ୍ଷା ସୁଶ୍ରୀ ଅନିମା କହଁର, କୁଇସମାଜ ସେବା ସମିତି ସଭାପତି ସୁଦର୍ଶନ କହଁର, ନାରୀନେତ୍ରୀ ଗୀତାଞ୍ଜଳି କହଁର ଯୋଗଦେଇ ଥିଲେ। ଖଜୁରୀପଡା ଅଧିଷ୍ଠାତ୍ରୀ ଦେବୀ ମା’ସୁରାଦେଇଙ୍କ ପୀଠରୁ ପଦଯାତ୍ରା କରି ଖଜୁରୀପଡା ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆମ୍ବେଦକର କଲେଜ ଛକ ନିକଟରେ ଏକ ଆଲୋଚନା ସଭା କରାଯାଇଥିଲା। ସମାଜସେବୀ ମୋହନ କହଁର, ବିଦୁର ମଲିକ, ହିରାମତୀ କହଁରଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି। ପଞ୍ଚାନନ କହଁର ମଞ୍ଚ ପରିଚାଳନା କରିଥିବା ବେଳେ ବୀରେନ୍ଦ୍ର କହଁର ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.