ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଭଲିବଲ ପ୍ରତିଯୋଗୀତାର ଶୁଭାରମ୍ଭ…

add-all

ଦାରିଙ୍ଗବାଡି, ୩୦/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ସ୍ନାତକ ମହା ବିଦ୍ୟାଳୟରେ ଆଜି ରାଜ୍ୟ ସରକାରଙ୍କ (ଆଇୱାଇଡିପି) ମାଧ୍ୟମରେ ଭଳିବଲ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରାଯାଇଛି। ମହା ବିଦ୍ୟାଳୟର ସଭାପତି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ ରଣସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ସ୍ୱଭାରମ୍ଭ କରି ଥିବା ବେଳେ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ଭାସ୍କର ଚରଣ ନାୟକ, ନୋଡାଲ ଅଧିକାରୀ ଉପେନ୍ଦ୍ର ଛଟେଇ, ଇତିହାସ ଅଧ୍ୟାପକ ଅକ୍ଷୟ ବେହେରଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟକରି ଏହି ଭଲିବଲ ପ୍ରତିଯୋଗିତାରେ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ମହା ବିଦ୍ୟାଳୟରେ ଗତ ୧୫ ତାରିଖ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପରିସମାପ୍ତି ହୋଇଥିବା ବେଳେ, ଆଜି ଭଲି ବଲ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି।

ad-week
Leave A Reply

Your email address will not be published.