ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ରାଜ୍ୟର ଚାଷୀଙ୍କ ସମୃଦ୍ଧି : ମୁଖ୍ୟମନ୍ତ୍ରୀ

add-all

ଫୁଲବାଣୀ : ସ୍ଥାନୀୟ କରୋନେସନ୍ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବାର୍ତ୍ତା ଥିଲା , ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ରାଜ୍ୟର ଚାଷୀଙ୍କ ସମୃଦ୍ଧି। ଅର୍ଥାତ୍ ମାଛ ଚାଷ ସହିତ ପ୍ରାଣୀସମ୍ପଦର ବିକାଶ ନିଶ୍ଚିତରୂପେ ମାଛଚାଷୀ ଓ ପ୍ରାଣୀପାଳକ ଭାଇଭଉଣୀମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିବ ।
ଏହି ଉଦ୍ଦେଶ୍ୟରେ ଆୟୋଜିତ ଦୁଇଦିନିଆ ସାଧାରଣ ବୈଠକର ଉଦ୍‌ଘାଟନୀ ଦିବସରେ ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମେଳା ଉଦ୍‌ଘାଟକ ଏବଂ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ, ଏହି ମେଳାର ଆୟୋଜନ ଜିଲ୍ଲାର ଚାଷୀ ଭାଇଭଉଣୀ ମାନଙ୍କ ପାଇଁ ସହାୟକ ହେବ । ସେମାନେ ସ୍ବାବଲମ୍ବୀ ହେବା ସହିତ ପରିବାରର ଆର୍ଥିକ ଅଭିବୃଦ୍ଧି କରିପାରିବେ। ବୈଜ୍ଞାନିକ ପଦ୍ଧତିରେ ଚାଷକରି କମ୍ ଜମିରେ କମ୍ ଖର୍ଚ୍ଚରେ ଅଧିକ ଅମଳ କରି ଲାଭବାନ ହୋଇ ପାରିବେ । ସେଥ‌ିପାଇଁ ସେ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାକୁ ସେ ଉପସ୍ଥିତ ଚାଷୀ ଭାଇଭଉଣୀ ତଥା ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ସେହିପରି, ସଭାପତି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ କହିଲେ, ଆପଣମାନେ ସରକାରଙ୍କର ବିଭିନ୍ନ ଯୋଜନା, ଭତ୍ତା ବିଷୟରେ ଜାଣିଛନ୍ତି । ଏହି ମେଳାରୁ ମାଛ ଚାଷ ଏବଂ ପ୍ରାଣୀ ପାଳନ ପାଇଁ ସରକାରଙ୍କର କେଉଁ କେଉଁ ସ୍କିମ୍ ରହିଛି, ସବ୍‌ସିଡି କେତେ ରହିଛି, ଚାଷ ପ୍ରଣାଳି, ଲାଭ ପରିମାଣ ବିଷୟରେ ଆପଣମାନେ ଜାଣିପାରିବେ । ସେହିପରି, ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବା ସହିତ ତା’ର ପ୍ରୟୋଗ ଫଳରେ ଆପଣମାନେ କିପରି ଅଧିକ ଲାଭବାନ ହୋଇପାରିବେ ସେ ବିଷୟରେ ମଧ୍ୟ ଏହି ମେଳାରୁ ଜାଣିପାରିବେ । ସେମାନେ ବିଭାଗୀୟ ଅଧିକାରୀଙ୍କ ଠାରୁ ଅଧିକ କିଛି ଜାଣିପାରିବେ । ଜଣେ ଲୋକ ବିଭିନ୍ନ ବିଭାଗର ସ୍କାମରୁ ଫାଇଦା ଉଠାଇ ପାରିବ। ଆମେ ଜିଲ୍ଲାରୁ କିଛି ଚାଷୀ ବାଛିବୁ ଯେଉଁମାନେ ମତ୍ସ୍ୟ ପୋଖରୀ ଯୋଜନାରେ ଜଳ ଛାୟା ବିଭାଗ ତରଫରୁ ପୋଖରୀ ପାଇପାରିବେ,ମତ୍ସ୍ୟ ବିଭାଗ ମାଛ ଚାଷ ପାଇଁ ସହାୟତା ଯୋଗାଇ ଦେବେ,ଉଦ୍ୟାନକୃଷି ବିଭାଗ ସହାୟତାରେ କଦଳୀ ଚାଷ କିମ୍ବା ଅନ୍ୟାନ୍ୟ ଫଳ ଗଛ ଲଗାଇପାରିବେ, କୃଷି ବିଭାଗ ଅର୍ଥକାରୀ ଫସଲ ପାଇଁ ସହାୟତା ଦେବେ, ପ୍ରାଣୀ ସମ୍ପଦ ବିଭାଗ ପ୍ରାଣୀ ପାଳନ ପାଇଁ ସହାୟତା ଦେବେ । ଏହି ସମସ୍ତ ବିଭାଗରୁ ସେହି ଜଣେ ବ୍ୟକ୍ତି ଅଲଗା ଅଲଗା ସବ୍‌ସିଡି ପାଇପାରିବ । ସହକାରୀ ନିର୍ଦ୍ଦେଶକ, ଭୁବନେଶ୍ୱର ସ୍ଥିତ ପ୍ରାଣୀ ଚିକିତ୍ସକଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଡଃ. ଜ୍ଞାନରଞ୍ଜନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମନ୍ବିତ ଚାଷ ଓ ଚାଷୀମାନେ କିପରି କମ୍ ମୂଳଧନରେ ଅଧିକ ଳାଭବାନ ହୋଇପାରୁଛନ୍ତି ସେ ବିଷୟରେ ବୁଝାଇଥିଲେ । ସେ କହିଲେ, ଚାଷୀମାନଙ୍କର ଚାଷ ଜମି କମିବାରେ ଲାଗୁଛି । ଜଳ ସ୍ତର ବି ଦିନକୁ ଦିନ କମୁଛି । କିନ୍ତୁ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ପଡ଼ିବ। ସେଥ‌ିପାଇଁ ବୈଜ୍ଞାନିକ ପଦ୍ଧତି ନିହାତି ଆବଶ୍ୟକ। ସରକାର ଯେଉଁ ସବୁ ସୁବିଧା ଯୋଗାଉଛନ୍ତି ଜଣେ ଚାହିଁଲେ କମ୍ କିମ୍ବା ବିନା ମୂଳଧନରେ ଉଦ୍ୟୋଗୀ ହୋଇପାରିବ। ଉତ୍ପାଦ, ମାର୍କେଟ୍, ବ୍ରାଣ୍ଡି ଇତ୍ୟାଦି ସମ୍ପର୍କରେ ଡଃ. ମିଶ୍ର ଆଲୋଚନା କରିଥିଲେ। ସେହିପରି ବୈଷୟିକ ପରାମର୍ଶଦାତା ଡଃ. ଦିଗମ୍ବର ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଅଭିବୃଦ୍ଧି ପାଇଁ ସରକାର ବିଧୁବଦ୍ଧ ବ୍ୟବସ୍ଥା କରିଛନ୍ତି । ବିଶେଷକରି କରୋନା ମହାମାରୀ ସମୟରେ ଚାକିରି ହରାଇଥିବା ଯୁବଗୋଷ୍ଠୀମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଓଡ଼ିଶା ସରକାର ଏହା ଉପରେ ବିଭିନ୍ନ ସ୍କିମ୍ କରିଥିଲେ ତାହା ଏବେ ବି କାର୍ଯ୍ୟକାରୀ ହେଉଛି। ତେବେ କୁକୁଡ଼ା ଅଣ୍ଡା ପାଇଁ ଆହୁରି ବ୍ୟାପକ କାର୍ଯ୍ୟକ୍ରମର ଆଚଶ୍ୟକ‌ତା ରହିଛି । ଚାଷୀ ଭାଇଭଉଣୀ ମାନଙ୍କୁ ସଚେତନ କରିବା ସହିତ ସ୍ବାବଲମ୍ବୀ କରିବା ପାଇଁ ଏହି ଭଳି ମେଳାର ଆବଶ୍ୟକ ରହିଛି । ଜିଲ୍ଲାରେ ଗୋପାଳନ ସହିତ ଦୁଗ୍‌ଧ ସମିତି ଗଠନ କରିବାକୁ ଡଃ. ନାୟକ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ.ସଞ୍ଜିବ କୁମାର ପଟେଲ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ମତ୍ସ୍ୟ ଅଧୁକାରୀ ପ୍ରଫୁଲ୍ଲ କହଁର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଡଃ.ଅଳକା ପଟ୍ଟନାୟକ ସଭା ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.