ଚିକିଟୀ ତିନି ନମ୍ବର ୱାର୍ଡର ଉପନିର୍ବାଚନରେ ବିଜେଡିର ବାଜିମାତ…

add-all

ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୀର୍ଘ ଦିନ ହେଲା ତିନି ନମ୍ବର ୱାର୍ଡରେ ଖାଲି ଥିବା କାଉନ୍ସିଲର ପଦବୀ ସକାଶେ ବୁଧବାର ପୂର୍ବାହ୍ନରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୂଚନା ପ୍ରକାରେ ଗତ କିଛିଦିନ ତଳେ ଏଠାକାର ତିନି ନମ୍ବର ୱାର୍ଡର କାଉନ୍ସିଲର ଭାବେ ଚିକିଟୀ ବିଧାୟିକା ଶ୍ରୀମତୀ ଉଷାଦେବୀଙ୍କ ଦିଅର ଦୁର୍ଗା ପ୍ରସାଦ ଦେଓ (ସାନ ଦେଓ ) ରୂପେ ବିଜୟ ହେବା ପରେ ଉପାଧକ୍ଷ ପଦ ସମ୍ବାଳି ଥିଲେ। କିଛି ଦିନ ପରେ ଶ୍ରୀଯୁକ୍ତ ଦେଓଙ୍କ ଦେହାନ୍ତ ହୋଇଯିବା ପରେ ଉକ୍ତ ପଦବୀ ସକାଶେ ଗତ ଦିନରେ ହରପ୍ରସାଦ ଚୌଧୁରୀ.ବିଜେଡି,ଅନନ୍ତ ରାମ ପାଣିଗ୍ରାହୀ.ବିଜେପି ଦଳ ତରଫରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମତଦାନ ଶେଷ ସୁଧା ମୋଟ ୬୪୩ ଭୋଟ ରୁ ୫୦୧ ଜଣ ଭୋଟର ମତଦାନ କରିଥିଲେ। ଆଜି ପୂର୍ବାହ୍ନରେ ଭୋଟ ଗଣତି ଶେଷ ହୋଇସାରିଥିବା ବେଳେ ମୋଟ ୫୦୧ ଭୋଟରୁ ବିଜେଡି ୪୮୪,ବିଜେପି ୧୫ ଓ ନୋଟା ୨ ଗୋଟି ଭୋଟ ପାଇଛନ୍ତି। ବିଜେଡିର ହରପ୍ରସାଦ ଚୌଧୁରୀ ତାଙ୍କ ପ୍ରତିଦ୍ୱନ୍ଦୀ ଅନନ୍ତ ରାମ ପାଣିଗ୍ରାହୀଙ୍କ ଠାରୁ ବହୁସଂଖ୍ୟକ ଭୋଟରେ ବାଜିମାତ କରିଦେଇଛନ୍ତି।

ad-week
Leave A Reply

Your email address will not be published.