ଵ୍ରହ୍ମପୁର ସହରରେ ମାତିଲେ ଚୋର ଗ୍ୟାଙ୍ଗ : ନୂଆ ତାରିକାରେ କଳାକାନା ବୁଲାଇଲେ ବିଜିପୁର ଛକଠାରେ ଥିବା କେସିଏମରେ

add-all

ଵ୍ରହ୍ମପୁର : ବିଜିପୁର ଛକଠାରେ ଥିବା କୃଷ୍ଣଚନ୍ଦ୍ର ମେଡ଼ିକାଲ ଷ୍ଟୋର ରେ ଗତକାଲି ରାତ୍ରିରେ ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି।ପ୍ରାୟ ୬୦ ହଜାର ଟଙ୍କା ଓ ଦୁଇଟି ଲାପଟପ କୁ ନେଇ ପଳାଇଛନ୍ତି ଚୋର, ଗଲାବେଳେ ମେଡ଼ିକାଲ ଷ୍ଟୋର ରେ ରହିଥିବା ଓ ଆର ଏସ କିଛି ବୋତଲ ମଧ୍ୟ ପିଇ କରି ଯାଇଥିବା ଜଣାପଡିଛି।ତେବେ ଚୋର ମାନେ ଏହି ଚୋରି ଘଟଣାରେ ନା ତାଲା ଭାଙ୍ଗିଛନ୍ତି ନା ସଟର ତାଡିଛନ୍ତି।ନୂଆଁ ତାରିକାରେ କରିଛନ୍ତି ଚୋରି।ମେଡ଼ିକାଲ ଷ୍ଟୋର ପଛପଟେ ରହିଥିବା ବାଥରୁମ କାଁଥ କୁ ଭାଙ୍ଗି ପଶିଥିଲେ ମେଡ଼ିସିନ ଦୋକାନରେ।ମୁହଁରେ କଳା ପଲିଥିନ ରେ ଘୋଡାଇ ରଖିଥିବା ମଧ୍ୟ ଜଣାପଡିଛି।ପ୍ରଥମେ ସମସ୍ତ ସିସିଟିଭି ତାରକୁ କାଟିବା ପରେ ଚୋରି ଆରମ୍ଭ କରିଥିଲେ। କ୍ୟାସ କାଉଣ୍ଟର ରୁ ଟଙ୍କା ସହିତ ସୋକ୍ୟାସ ଉପରେ ଥିବା ଦୁଇଟି ଲ୍ୟାପଟପ କୁ ନେଇ ଚମ୍ପଟ ମାରିଛନ୍ତି।ତେବେ ଏନେଇ ଥାନାରେ ଦୋକାନ ମାଲିକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।ଏହା ବାହାର ରାଜ୍ୟରୁ ଆସି ଏକ ଚୋର ଗ୍ୟାଙ୍ଗ ଏଭଳି ଲୁଟ କରୁଥିବା ପୋଲିସ ସନ୍ଦେହ କରିଛି।ଦୋକାନରେ ରହିଥିବା ସିସିଟିଭି ଓ ନିକଟରେ ରହିଥିବା ସିସିଟିଭି ଏବଂ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ।ତେବେ ଖୁବଶୀଘ୍ର ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୁରେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.