ନବରଙ୍ଗପୁର ଜ଼ିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ, ରାଇଘର ବ୍ଲକରେ ପହଁଞ୍ଚିଲେ ସାତଟି…

Independence

ଉମରକୋଟ : ଓଡ଼ିଶା ରାଜ୍ୟ ରାସ୍ତା ପରିଵହନ ସଂସ୍ଥା ଦ୍ଵାରା ଆଜି ନବରଙ୍ଗପୁର ଜ଼ିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଛି l ରାଇଘର ବ୍ଲକରେ ପହଁଞ୍ଚିଲେ ସାତଟି ଲକ୍ଷ୍ମୀ ବସ l ଏହି ବସ ପହଁଞ୍ଚିବା ପରେ ଲୋକଙ୍କ ଭିତରେ ଖୁସିର ଲହରି ଖେଳି ଯାଇଛି l ଏହି ବସ ଆସିବାରୁ ସାଧାରଣ ଲୋକଙ୍କୁ ଆଉ ଅତ୍ୟଧିକ ଯିବା ଆସିବା ଭଡ଼ା ଦେବାକୁ ପଡ଼ିବ ନାହିଁ l ପ୍ରାଇଭେଟ ବସ ମାଲିକ ମାନେ ଯୋଉଁ ଅଧିକା ଟଙ୍କା ଆଦାୟ କରୁଥିଲା ମନମୁଖୀ ସେଥିରୁ ସାଧାରଣ ଲୋକ ରିହାତି ପାଇବେ କହି ରାଇଘର ବ୍ଲକ ବାସୀ ଗର୍ଭିତ ଅନୁଭବ କରୁଛନ୍ତି l ଆଜିର ଏହି ଲକ୍ଷ୍ମୀ ବସର ଶୁଭ ଉଦଘାଟନ ସମାରହରେ ମାନ୍ୟବର ପରିଵହଣ ମନ୍ତ୍ରୀ ଟୁକୁନା ସାହୁ, ଜ଼ିଲ୍ଲାପାଳ ଶ୍ରୀ ଯୁକ୍ତ କମଳ ଲୋଚନ ମିଶ୍ର, ସାଂସଦ ଶ୍ରୀ ରମେଶ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝୋରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ପ୍ରମୁଖ ଏହି ଲକ୍ଷ୍ମୀ ବସ ର ଶୁଭ ଆରମ୍ଭରେ ଯୋଗଦାନ କରି ଉଦଘାଟନ କରିଥିଲେ l ରାଇଘର ର ଛବିଶ ଟି ପଞ୍ଚାୟତରେ ଏହି ଲକ୍ଷ୍ମୀ ବସ ଚଲା ଚଲ କରିବ କହି ଜଣା ପଡ଼ିଛି l

ad-week
Leave A Reply

Your email address will not be published.